ଭାରସାମ୍ୟ ହରାଇ ଓଲଟିଲା BMW କାର୍‌ : ଘଟଣାସ୍ଥଳରେ ତିନି ମୃତ, ଜଣେ ଗୁରୁତର

Published By : Prameya-News7 Bureau | March 14, 2020 IST

ମୁମ୍ବାଇ ୧୪।୦୩ : ଡିଭାଇଡରକୁ ଧକ୍କା ଦେଇ ଓଲଟିଲା କାର୍ । ମୁମ୍ବାଇରେ ଦ୍ରୁତ ଗତିରେ ଆସୁଥିବା କାର୍ ଡିଭାଇଡର ଧକ୍କା ଦେଇ ଓଲଟି ପଡିଛି। ଯାହାଫଳରେ କାର୍‌ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ତେବେ କାର୍‌ରେ ଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

wp:core-embed/twitter {"url":"https://twitter.com/ANI/status/1238624912568279040","type":"rich","providerNameSlug":"twitter","className":""}
https://twitter.com/ANI/status/1238624912568279040
/wp:core-embed/twitter

ସୂଚନାଯୋଗ୍ୟ ଯେ, ମୁମ୍ବାଇର ବର୍ଲି ନିକଟରେ ଦ୍ରୁତ ଗତି କାର୍‌ (BMW)  ଆସୁଥିଲା । ହଠାତ୍‌ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡିଭାଇଡର ସହ ଧକ୍କା ହୋଇ ଓଲଟିପଡିଲା । ଯାହାଫଳରେ କାର୍‌ଥିବା ଚାରିଜଣ ଯାତ୍ରୀଙ୍କ ମଧ୍ୟରୁ ତିନିଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । କାର୍‌ଟି ଜଣେ ମହିଳା ଚଳାଉଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌ଟି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଛଅ ମାସର ଶିଶୁ, ଜଣେ ୭୦ବର୍ଷୀୟ ମହିଳା ଓ ଜଣେ ୬୨ବର୍ଷୀୟ ସମ୍ପର୍କୀୟ । ଆହତ ଥିବା ମହିଳାଙ୍କ ନାମ ନମିତା ଚାନ୍ଦ ବୋଲି ଜଣାପଡିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.