Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩୦ ଫୁଟ ତଳକୁ ଖସିଲା କାର୍ , ଅଧାବୁଡିଛି ପାଣିରେ : ତିନି ଯାତ୍ରୀଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି

31/08/2020 at 3:57 PM

ପାଟଣା ୩୧।୦୮: କେନ୍ଦୁଝର ଜିଲ୍ଲା ୨୨୦ନମ୍ବର ଜାତୀୟ ରାଜପଥର ସ୍ୱାମ୍‌ ନାଳ ନିକଟରେ ଘଟିଯାଇଛି ଦୁର୍ଘଟଣା । ଭାରସାମ୍ୟ ହରାଇ  ପୋଲ ତଳକୁ ଖସିପଡିଛି କାର୍‌ । ପ୍ରାୟ ୩୦ ଫୁଟ ତଳକୁ ଖସିପଡିଛି କାର୍‌ । ଦୁର୍ଘଟଣାର ଖବର ପାଇ ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥର ସ୍ୱାମ୍‌ ନାଳ ନିକଟରେ କରଞ୍ଜିଆ ପଟୁ ଆସୁଥିବା ଏକ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍‌ଟି ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିପଡିଛି । କାର୍‌ରେ ୩ଜଣ ଯାତ୍ରୀ ଥିବା ସୂଚନା ରହିଛି । ତେବେ ଭାରସାମ୍ୟ ହରାଇ ଓଲଟି ପଡିଥିବା ସ୍ଥାନରେ ପାଣି ରହିଛି । ଯାହାଫଳରେ କାର୍‌ଟି ବୁଡିରହିଛି । ତେବେ ଦୁର୍ଘଟଣାର ଖବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

   Related Posts