ଭାରସାମ୍ୟ ହରାଇ ରାସ୍ତା କଡ ସୁରକ୍ଷା ବାଡ଼କୁ ଧକ୍କା ଦେଲା କାର୍ , ଆଉ ତାପରେ…

Published By : Prameya-News7 Bureau | September 06, 2020 IST

ପାଟଣା ୦୬।୦୯: ଭାରସାମ୍ୟ ହରାଇ ରାସ୍ତାକଡ଼ ସୁରକ୍ଷାବାଡ଼କୁ ଧକ୍କା ଦେଲା କାର୍‌ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ଘଟିଛି ଦୁର୍ଘଟଣା ।

{"id":325641,"sizeSlug":"large"}

 କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ପୁରୀରୁ ସାହାରପଡାକୁ  ଫେରୁଥିବା ଏକ ସ୍ୱୀପ୍ଟ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାସ୍ତା କଡ଼ ସୁରକ୍ଷା ବାଡ଼ରେ ଧକ୍କା ହୋଇଛି କାର୍‌ । ଦୁର୍ଘଟଣାରେ ଗାଡିର ଆଗ ଦୁଇ ଚକ ବାହାରି ଯାଇଥିବା ବେଳେ ଗାଡ଼ିଟି ଚୁର୍‌ମାର୍‌ ହୋଇଯାଇଛି। 

{"id":325643,"sizeSlug":"large"}

ସେହିପରି ଗାଡ଼ିରେ ଥିବା ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଥିବା ବେଳେ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ଗାଡିକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.