କେନାଲକୁ ଖସିଲା କାର୍, ଡ୍ରାଇଭର ମୃତ

Published By : Prameya-News7 Bureau | October 05, 2020 IST

ନିଶ୍ଚିନ୍ତକୋଇଲି ୦୫।୧୦: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍‌ । କଟକ ଜିଲ୍ଲା ନେମାଳ ଥାନା ନିକଟରେ ଥିବା ନଗସପୁର-ପୁନ୍ଦାଳ କେନାଲରେ ଘଟିଛି ଘଟଣା ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ନେମାଳ ପୋଲିସ ପହଞ୍ଚି କାର୍‌କୁ ଉଦ୍ଧାର କରିଛନ୍ତି ।

{"id":338952,"sizeSlug":"large"}

ଖବର ଅନୁଯାୟୀ, ରବିବାର ଦିନ ବିଳମ୍ବିତ ରାତିରେ  ନଗସପୁର-ପୁନ୍ଦାଳ କେନାଲର ଏକ ପୋଲ ନିକଟରେ କାରଟି କେନାଲ ଭିତରକୁ ଖସି ପଡ଼ିଥିଲା। ପାଣିରେ ପଡିଯିବାରୁ ଡ୍ରାଇଭର କାର ଭିତରୁ ବାହାରକୁ ବାହାରି ପାରି ନଥିଲେ। କାରଟି ସଂପୂର୍ଣ୍ଣ ଭାବେ ପାଣି ଭିତରେ ବୁଡ଼ି ରହିଥିଲା।

{"id":338954,"sizeSlug":"large"}

ତେବେ ଖବର ପାଇ ଅଗ୍ନିଶମ ବାହିନୀ, ନେମାଳ ପୋଲିସ ଘଟଣାସ୍ଥଳରେ ପହଂଚି କାରର କାଚ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରିଥିଲା । କିନ୍ତୁ ସେତେବେଳକୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ଡ୍ରାଇଭର ହେଲେ ନେମାଳ ଗାଁର ସୈାମ୍ୟରଞ୍ଜନ ସାହୁ ବୋଲି ଜଣାପଡିଛି ।

{"id":338955,"sizeSlug":"large"}

ତେବେ କେନାଲ ଭିତରକୁ କାର୍‌ କିପରି ଖସିଲା , ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପୋଲିସ ତଦନ୍ତ କଲେ କେନାଲ ଭିତରକୁ କାର ଖସି ପଡିବା ପଛରେ ଖାଲି ଭାରସାମ୍ୟ ଅଛି ନା ଆଉ କିଛି କାରଣ ଅଛି ତାହା ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.