ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ଆଉ ତାପରେ...

Published By : Prameya-News7 Bureau | October 07, 2020 IST

ଚଣ୍ଡିଖୋଲ ୦୭।୧୦: ପୋଲ ତଳକୁ ଖସିଲା କାର, ଅଳ୍ପକେ ବର୍ତିଲେ ଯାତ୍ରୀ । ଜାତୀୟ ରାଜପଥ ୫ ନାନପୁର ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":339855,"sizeSlug":"large"}

ନାନପୁର ନିକଟରେ ଥିବା  ଏକ ପୋଲ ତଳକୁ ଭାରସାମ୍ୟ ହରାଇ ଖସିପଡିଲା କାର । ତେବେ କାର୍‌ ଥିବା 3 ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି ।  କାରଟି କେନ୍ଦ୍ରାପଡ଼ା ଅଭିମୁଖେ ଯାଉ ଥିବା ବେଳେ ରାସ୍ତାରେ ଖାଲ ଥିବାରୁ ଗାଡିଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯାଇଥିଲା । ଗାଡିରେ ଥିବା ୩ ଜଣ ଯାତ୍ରୀ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀ ପାଟକୁରା ଅଞ୍ଚଳର ବୋଲି ଜଣାପଡିଛି । ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ଜଣାପଡିଛି । ଦୁର୍ଘଟଣାର ଖବର ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.