ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍

Published By : Prameya-News7 Bureau | January 22, 2022 IST

ଭୁବନେଶ୍ବର ୨୨।୧: ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିଲା ଦ୍ରୁତଗାମୀ କାର୍ । ଭୁବନେଶ୍ବର ପଳାସପଲ୍ଲୀ ନିକଟ ପୁନାମାଗେଟ୍ ଓଭରବ୍ରିଜ୍ ନିକଟରେ ଘଟିଛି ଦୁର୍ଘଟଣା । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଡ୍ରାଇଭରଙ୍କ ପତ୍ତା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ନବୀନ ନିବାସ ପଟୁ ଏକ ଦ୍ରୁତଗାମୀ ଆଇ୨୦ କାର୍ ଭୀମଟାଙ୍ଗୀ ପଟକୁ ଯାଉଥିଲା ।  ଓଭରବ୍ରିଜ୍ ଚଢିବା ପରେ କାର୍ ଟି ଭାରସାମ୍ୟ ହରାଇଥିଲା । ଫଳରେ ଓଭରବ୍ରିଜ୍ କଡରେ ଲାଗିଥିବା ସୁରକ୍ଷା ବଳୟକୁ ଭାଙ୍ଗି ଗାଡିଟି ୩୦ଫୁଟ ତଳକୁ ଖସିପଡ଼ିଥିଲା । ତେବେ ଖବର ଲେଖାହେବା ସୁଦ୍ଧା ଗାଡି ଡ୍ରାଇଭରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.