Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଦ୍ରୁତ ଗତି ହେଲା କାଳ: ନିୟନ୍ତ୍ରଣ ହରାଇ ବସିଲେ କାର ଚାଳକ, ଟ୍ରକ ସହ ପିଟି ହୋଇ ଚାଲିଗଲା ୪ ଜୀବନ

25/07/2021 at 1:14 PM

ଭୋପାଳ ୨୫/୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ଜଣ ଯୁବକଙ୍କ ମୃତ୍ୟୁ । ତେବେ ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଘଟଣା ଘଟିଥିଲା ଭୋପାଳର ହୋଶଙ୍ଗାବାଦ ରୋଡରେ । ରବିବାର ଭୋର ୩.୩୦ରେ ହୋଶଙ୍ଗାବାଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ଯେତେବେଳେ ଦୁର୍ଘଟଣା ଘଟିଥିଲା ସେତେବେଳେ କାରର ବେଗ ବହୁତ ଥିଲା ।

ଫଳରେ ଗାଡି ଚଳାଉଥିବା ଯୁବକ ନିୟନ୍ତ୍ରଣ ହରାଇ ବସିଥିଲେ । ଆଉ ଆଗରେ ଯାଉଥିବା ଟାଇଲ ବୋଝେଇ ଟ୍ରକ ସହ ପିଟି ହୋଇଯାଇଥିଲା । କାରର ଗତି ଏତେ ଦ୍ରୁତ ଥିଲା ଯେ କାରଟି ଟ୍ରକ୍ ତଳେ ପଶିଯାଇଥିଲା । ଫଳରେ କାରରେ ଯାଉଥିବା ୫ ଯୁବକଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆଉ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଏହା ପରେ ଗ୍ୟାସ କଟର ଏବଂ ଜେସିବି ସହାୟତାରେ ଟ୍ରକ ତଳେ ଫସି ରହିଥିବା କାରକୁ ଟାଣି ବାହାର କରାଯାଇଥିଲା । ଏଥିସହ ଆହତଙ୍କୁ ବି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ଭୋପାଳ-ହୋଶଙ୍ଗାବାଦ ରାସ୍ତାରେ କାର ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେତୁ ଅନେକ ମୂଲ୍ୟବାନ ଜୀବନ ଚାଲିଯାଇଛି । ସେ ଆହୁରି କହିଛନ୍ତି ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେମାନଙ୍କ ଅମର ଆତ୍ମାମାନଙ୍କୁ ତାଙ୍କ ପାଦ ତଳେ ସ୍ଥାନ ଦିଅନ୍ତୁ । ଏହାସହ ଏହି ଗଭୀର ଯନ୍ତ୍ରଣା ସହିବାକୁ ତାଙ୍କ ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ ।

   Related Posts