ଭାରସାମ୍ୟ ହରାଇ ଓଲଟିଲା କାର୍, ଏକାଧିକ ଆହତ

Published By : Prameya-News7 Bureau | November 22, 2020 IST

ଭଦ୍ରକ ୨୨।୧୧: ରାସ୍ତା କଡ଼କୁ ଭାରସାମ୍ୟ ହରାଇ ଓଲଟିଲା କାର୍‌ । ଭଦ୍ରକ ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଛତାବର ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ଏକ କାର୍ ୧୬ନଂ ଜାତୀୟ ରାଜପଥ ଛତାବର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଥିଲା । ଏମିତି ନିକଟରେ ଥିବା ନାଳ ଭିତରକୁ ପଶିଯାଇଥିଲା କାର୍‌ । ତେବେ କାର୍‌ରେ ଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ମହିଳା ଆହତ ହୋଇଥିଲେ । ସେମାନଙ୍କୁ ସେଠାରୁ ଆହତ ଅବସ୍ଥାରେ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.