ବେତନଟୀ,୨୦/୧୨: ମୟୂରଭଞ୍ଜ ଜିଲ୍ଲା ବାରିପଦା-ଚିତ୍ରଡା ରାସ୍ତାର ବାଘୁଆଶୋଳ ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । କାରଟି ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇ ଓଲଟି ପଡିଥିଲା । ଫଳରେ କାରରେ ଥିବା ୫ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ଶନିବାର ପୂର୍ବାହ୍ନ ସାଢେ୧୧ଟା ପାଖାପାଖି ସମୟରେ କୋଲକାତାରୁ ଏକ କାର ବାରିପଦା ଅଭିମୁଖେ ଆସୁଥିଲା। ଦ୍ରୁତ ଗତିରେ ଥିବା କାରଟି ଭାରସାମ୍ୟ ହରାଇ ବେତନଟୀ ଥାନାରୁ ଅନତିଦୂର ସଦରଥାନା ଅଧୀନ ବାଘୁଆଶୋଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି ।
ଗୁରୁତରଙ୍କୁ ଦମକଳଗାଡି ଏବଂ ଆମ୍ବୁଲାନ୍ସ ଯୋଗେ ବାରିପଦା ଏବଂ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।