ବୃଦ୍ଧାଙ୍କୁ ଧକ୍କାଦେଇ ରାସ୍ତାକଡ଼କୁ ଖସିଲା କାର୍, ଜଣେ ମୃତ

Published By : Prameya-News7 Bureau | September 06, 2020 IST

ଗଞ୍ଜାମ ୦୬।୦୯:  ବୃଦ୍ଧାଙ୍କୁ ଧକ୍କା ଦେଇ ଓଲଟିଲା କାର। ବ୍ରହ୍ମପୁର ଦିଗପହଣ୍ଡି ମୂଖ୍ୟ ରାସ୍ତା ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟରେ ଘଟିଛି ଦୁର୍ଘଟଣା । ବୃଦ୍ଧାଙ୍କ ନାମ କାଞ୍ଚନ ବେହେରା ହୋଇଥିବା ଜଣାପଡିଛି ।

{"id":325629,"sizeSlug":"large"}

ଦିଗପହଣ୍ଡିର କାଞ୍ଚନ ବେହେରା ଆଜି ଭୋର ସମୟରେ ଫୁଲ ତୋଳିବା ପାଇଁ ରାସ୍ତା ଅତିକ୍ରମ କରୁଥିଲେ । କିନ୍ତୁ ସେତିକି ବେଳେ ବ୍ରହ୍ମପୁରରୁ ଗଜପତି ଅଭିମୁଖେ ଯାଉଥିବା ଏକ ଧଳା ରଙ୍ଗର OD-07-AB-1512 କାର୍‌ଟି ଦ୍ରୁତ ଗତିରେ ଆସି ବୃଦ୍ଧାଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଖସି ପଡ଼ିଥିଲା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ବୃଦ୍ଧାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରାଯାଇଥିଲା ।

{"id":325630,"sizeSlug":"large"}

କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେହିପରି କାର୍‌ରେ ବସିଥିବା ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି । ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.