ବ୍ୟାରେଜରେ ଖସିପଡିଲା କାର୍ : ଦୁଇ ମୃତ, ୩ ଆହତ

Published By : Prameya-News7 Bureau | January 31, 2020 IST

ଗଜପତି ୩୧।୧: ବ୍ୟାରେଜରେ ଖସିପଡିଲା କାର୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":218092,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ପାରଳାଖେମୁଣ୍ଡିରୁ କାକିନାଡା ଅଭିମୁଖେ ଯାଉଥିବା ଏକ କାର୍ ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜକୁ ଖସିପଡିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ କାକିନାଡାର ଏନଭିଏସ.ପବନ (୩୨), ଖମାମର ବି.ଚନ୍ଦ୍ର (୪୫) ।

{"id":218093,"sizeSlug":"large"}

ସେହିପରି ଗୁରୁତରମାନେ ହେଲେ କାକିନାଡାର ଏସ୍.ପ୍ରବୀଣ, ବୋବିଲିର ଏସ୍.ମହେଶ୍ବର ରାଓ ଏବଂ ମଗୋଲତୁରୁର ପି.ଭି.ଗିରିପ୍ରସାଦ ବୋଲି ହିରମଣ୍ଡଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏ ସମସ୍ତେ କରମଣ୍ଡଳ ଫର୍ଟିଲାଇଜର୍ସରେ କାମ କରୁଥିଲେ । ଜଣେ ସାଙ୍ଗର ବାହାଘର ପାଇଁ ପାରଳାଖେମୁଣ୍ଡି ଆସି ଫେରିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.