ଭାରସାମ୍ୟ ହରାଇ ପୋଖରୀ ଭିତରେ ବୁଡିଗଲା କାର୍

Published By : Prameya-News7 Bureau | October 21, 2019 IST

ପାଟଣା ୨୧।୧୦: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ଲକ୍ଷ୍ମୀପଶି ନିକଟରେ ରାସ୍ତାକଡ଼ର ଏକ ପୋଖରୀ ଭିତରେ ଏକ କାର ପଶି ଯାଇଛି । ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କାରଟି ରାସ୍ତା କଡ଼ ପୋଖରୀ ଭିତରେ ପଶି ଯାଇଛି । ତେବେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

{"id":172545}

ଗାଡ଼ିରେ କୌଣସି ଚୋରା ଜିନିଷ ଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି । ଘଟଣା ଘଟିବାର ଦୀର୍ଘ ସମୟ ପରେ ମଧ୍ୟ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାର ଅଭିଯୋଗ ହୋଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.