କାର ଚାଳକଙ୍କୁ ହେଲମେଟ୍ ଫାଇନ: ପରିବହନ ବିଭାଗର ଅଦ୍ଭୁତ ଆଇନ୍...

Published By : Prameya-News7 Bureau | February 27, 2020 IST

ସମ୍ବଲପୁର୨୭/୨: ସମ୍ବଲପୁର ଜିଲ୍ଲା ପରିବହନ ବିଭାଗର ଅଜବ ନିୟମ। ହେଲମେଟ ପିନ୍ଧି ନଥିବାରୁ କାର ଚାଳକଙ୍କ ଫାଇନ ଆଦାୟ କରିଛି ଜିଲ୍ଲା ପରିବହନ ବିଭାଗ। ସମ୍ବଲପୁର ନନ୍ଦପଡା ଅଞ୍ଚଳର ଚନ୍ଦ୍ର କୁମାର ବେହେରା ମେଡିକାଲ କାମରେ ନିଜ ସ୍ତ୍ରୀଙ୍କ ସହିତ ନିଜ କାରରେ ବୁର୍ଲା ହସ୍ପିଟାଲ ଅଭିମୁଖେ ଯାଉଥିଲେ । ତେବେ ଫାର୍ମ ରୋଡ ସ୍ଥିତ ରାଧାନାଥ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ପୋଲିସ ପକ୍ଷରୁ ହେଲମେଟ ଚେକିଙ୍ଗ ଚାଲିଥିଲା ।

{"id":229950,"width":575,"height":768,"sizeSlug":"large"}

ତେବେ ପୋଲିସ  ଚନ୍ଦ୍ର ବେହେରଙ୍କ କାରକୁ ଟ୍ରାଫିକ କର୍ମଚାରୀ ଅଟକାଇଥିଲେ। କାହିଁକି ହେଲମେଟ ପିନ୍ଧି ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏପରି କି ହେଲମେଟ ପିନ୍ଧି ନଥିବାରୁ ତାଙ୍କଠାରୁ ଫାଇନ ଆଦାୟ କରିଥିଲେ। ତେବେ ଚନ୍ଦ୍ର କୁମାର ଚଳାଉଥିବା କାର ନମ୍ବର (OD 15 D 6446 (ଇଣ୍ଡିଗୋ ଇ ସି ଏସ)। ତେଣୁ ଚାରି ଚକିଆ ଗାଡି ଚଳାଇବା ବେଳେ ସିଟ୍ ବେଲଟ୍‌ ଛାଡ଼ି କାହିଁକି ଜଣେ ହେଲମେଟ ପିନ୍ଧିବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।

{"id":229951,"width":561,"height":750,"sizeSlug":"large"}

ଚାଲାଣ କାଟିବା ପରେ ଜିଲ୍ଲା ପରିବହନ ବିଭାଗରେ ପହଞ୍ଚି ଚନ୍ଦ୍ର ୧୦୦୦ ଟଙ୍କା ଫାଇନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.