ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ ; ଡ୍ରାଇଭର ମୃତ
31/01/2019 at 12:49 PM

ଜଗତସିଂହପୁର ୩୧|୧: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ଯଇପୁର-ଜଗତସିଂହପୁର ମୁଖ୍ୟ ରାସ୍ତାର ନାଳିବର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି । ମୃତକ ହେଲେ କଟରା ହାଜିନଗର ଗାଁର ସାରଦା ରାୟ । ଭଡା ସାରି ଘରକୁ ଫେରୁଥିବା ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।