Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାର୍‌କୁ ପିଟିଲା ବସ୍ ; କାର୍ ଡ୍ରାଇଭର ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ

20/04/2019 at 12:18 PM

ଯାଜପୁର ୨୦|୪: ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । କାର୍ କୁ ବସ୍ ପିଟିବା ଫଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ ରେ ଥିବା ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଅନ୍ଧାରୀ ଛକ ନିକଟରେ ଏକ କାର୍ କୁ ଧକ୍କା ଦେଇଛି ଯାତ୍ରାବାହୀ ବସ୍ । କାର୍ କୁ ଧକ୍କା ଦେବା ପରେ ବସ୍ ଟି ରାସ୍ତା କଡକୁ ଖସିପଡିଛି । ଫଳରେ କାର୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବସ୍ ରେ ଥିବା ୫୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts