Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଶିଶୁକୁ କ୍ଷୀର ଖୁଆଇ ରାସ୍ତା କଡରେ ଶୁଆଇଦେଲା ମା’: ଓଢଣୀ ପଡିଛି ଭାବି ଚାପିଦେଲା କାର, ଶିଶୁର ମୃତ୍ୟୁ

3/01/2019 at 12:44 PM

ବେସୁ ୩/୧ : ସୁରଟର ବେସୁ ସ୍ଥିତ ସିପି ହେଲ୍ଥ କ୍ଲବ ସାମ୍ନାରେ କାମ ଚାଲୁଥିବା ଏକ ରାସ୍ତା ଉପରେ ଶୋଇଥିବା ଶିଶୁ ଉପରେ ମାଡ଼ିଗଲା କାର | ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି | ଖଟୋଦରା ପୋଲିସ କାର ଚାଳକ ସନ୍ଦୀପ ଗୁପ୍ତାଙ୍କୁ ଗିରଫ କରି ଆଇପିସି ୨୭୯, ୩୩୭, ୩୩୮ ଏବଂ ୩୦୪(ଏ) ଧାରାରେ କୋର୍ଟ ଚାଲାଣ କରିଛି ।  

ସୂଚନାଯୋଗ୍ୟ ଯେ, ବେସୁଠାରେ ଭିଆଇପି ରୋଡ଼ରେ ସୌନ୍ଦର୍ଯ୍ୟକରଣ କାମ ଚାଲୁଥିଲା | ଶିଶୁର ବାପା ମା ସେଠାରେ କାମ କରୁଥିଲେ | ତାଙ୍କ ଛଡା ସେଠାରେ ଆଉ ୧୨ ଜଣ କାମ କରୁଥିଲେ | ଛୁଆ କାନ୍ଦିବାରୁ ମା ଆସି ତାକୁ କ୍ଷୀର ଦେଇଥିଲେ | କ୍ଷୀର ପିଇ ଶିଶୁ ଶୋଇ ପଡିଥିଲା | ଶିଶୁ ଶୋଇ ପଡିବାରୁ ମା ଅରୁଣା ସ୍ବେରେଜ ଲାଇନର ଘୋଡଣି ଉପରେ ନିଜ ବର୍ଷକର ଶିଶୁକୁ ଶୁଆଇ କାମ କରିବାକୁ ଚାଲିଯାଇଥିଲା | ଶିଶୁକୁ ସେ ଏକ କପଡାରେ ଘୋଡେଇ ଦେଇଥିଲେ | ଶିଶୁ ଉପରେ ଖରା ପଡ଼ିବନି ବୋଲି ମା ଶିଶୁକୁ ଘୋଡାଇ ଦେଇଥିଲେ | ଯାହାଫଳରେ ଶିଶୁ ଶୋଇଥିବା ଦେଖାଯାଉନଥିଲା | ଏତିକିବେଳେ ଭିଆଇପି ରୋଡ଼ରେ ଜଣେ କାର ନେଇ ଆସିଥିଲେ ଏବଂ ଶିଶୁ ଉପରକୁ ମାଡିଯାଇଥିଲେ |

ଶିଶୁ ଉପରେ କାର ମାଡ଼ିଯିବା ପରେ ୧୦ ମିଟର ଆଗକୁ ଯାଇ କାରଟି ରହିଯାଇଥିଲା | ଶିଶୁକୁ ମାଡ଼ିଦେଇଥିବା ଯୋଗୁଁ ଘଟଣାସ୍ଥଳରେ ସଂଗେ ସାଙ୍ଗ ଭିଡ ଜମିଯାଇଥିଲା | ଭିଡ ଦେଖି କାର ଚାଳକ ସେଠାରୁ ଫେରାର ହୋଇଯାଇଥିଲା | ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି କହିଥିଲେ ଯେ,କାର ବହୁତ ଧୀରେ ଗତିରେ ଯାଉଥିଲା | କାର ଚାଳକ ଶିଶୁ ଶୋଇଥିବା ବୋଧେ ସେ ଜାଣିପାରିନଥିଲେ | ଯେଉଁଥିପାଇଁ ଏଭଳି ଦୁର୍ଘଟଣା ଘଟିଗଲା | କାରର ଦୁଇଟି ଚକ ଛୁଆ ଉପରେ ମାଡିଯିବାରୁ ଛୁଆଟି ଗୁରୁତର ଆଘାତ ହୋଇଥିଲା | ଛୁଆକୁ ସଂଗେ ସାଙ୍ଗ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ | ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଯାଇଥିଲା |

ଶିଶୁକୁ କାରଟି ମାଡ଼ିଯିବା ପରେ କାରର ଡ୍ରାଇଭର କିଛି ସମୟ ସେଠାରେ ହିଁ ଛିଡା ହୋଇ ରହିଥିଲା | କିନ୍ତୁ କିଛି ସମୟ ପରେ ସେଠାରୁ ଚାଲିଯାଇଥିଲା | ଶିଶୁର ବାପା ମା ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ପୋଲିସ କାର ଚାଳକକୁ ଗିରଫ କରିଥିଲା | ପୋଲିସ କାର ମଧ୍ୟ ଜବତ କରିଛି | କାର ଚାଳକ ସନ୍ଦୀପ ଗୁପ୍ତା ପୋଲିସକୁ କହିଥିଲା ଯେ, ରାସ୍ତା ଉପରେ ଏକ ଓଢଣୀ ପଡିଥିବା ସେ ଭାବିଥିଲା | ସେ ଜାଣିନଥିଲା ସେଠାରେ ଏକ ଶିଶୁ ଶୋଇଛି | ଯେଉଁଥିପାଇଁ ଏମିତି ଏକ ଦୁର୍ଘଟଣା ଘଟିଯାଇଥିଲା |

   Related Posts