Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ବିକ୍ରି ବଢାଇବାକୁ ଭାରୀ ଡିସକାଉଣ୍ଟ, ବହୁ ନାମୀଦାମୀ କଂପାନୀର ଗାଡି ଉପରେ ମିଳୁଛି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

7/09/2019 at 4:01 PM

ନୂଆଦିଲ୍ଲୀ ୭/୯: ମାନ୍ଦାବସ୍ଥାରେ ଦୋହଲି ପଡିଥିବା ଅଟୋ ଉଦ୍ୟୋଗକୁ ଆଶ୍ବସ୍ତି ଦେବା ପାଇଁ  ଏବେ କଂପାନୀମାନେ ଡିସକାଉଂଟର ରାସ୍ତା ବାଛିନେଇଛନ୍ତି । ଲୋକଙ୍କୁ ଆକର୍ଷିତ କରିବା ପାଇଁ  ଗାଡି ନିର୍ମାତା କଂପାନୀମାନେ ବର୍ତ୍ତମାନ ବିଭିନ୍ନ ଧରଣ ଡିସକାଉଂଟର ଲୋଭ ଦେଖାଉଛନ୍ତି ।ଯାହାଦ୍ବାରା ଲୋକେ ଚଳିତ ମାସ ଶେଷ ସୁଦ୍ଧା ଗାଡି କିଣିପାରିବେ ଏବଂ ବହୁ ଦିନ ଧରି  ପଡି ରହିଥିବା ଗାଡିଗୁଡିକ ଯେଭଳି ବିକ୍ରି ହୋଇପାରିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ କାର, ବାଇକ, ସ୍କୁଟି  ତଥା  ଟ୍ରକ  ନିର୍ମାଣକାରୀ କଂପାନୀମାନେ ଏବେ ଗାଡି ଉପରେ ଭାରୀ ଡିସକାଉଂଟ ଦେଉଛନ୍ତି ।

ଅଧିକାଂଶ ଗାଡି କଂପାନୀ ଏବଂ ଡିଲର୍ସଙ୍କ ନିକଟରେ ପୁରୁଣା ଷ୍ଟକ୍ ପଡି ରହିଛି । ଯାହାକୁ ସେମାନେ ଯଥା ଶୀଘ୍ର ହଟାଇବାକୁ ଚାହୁଁଛନ୍ତି । ତେବେ ପୂର୍ବରୁ ଯେଉଁଠି କଂପାନୀମାନେ ୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଂଟ ଦେଉଥିଲେ ଏବେ ଏହା ଉପରେ ସେମାନେ କାର-ବାଇକ୍  ଉପରେ ୨୯ ପ୍ରତିଶତ ପର୍ଯ୍ୟନ୍ତ ଏବଂ ଟ୍ରକ୍ ଉପରେ ୨୫ ପ୍ରତିଶତ ଯାଏଁ ଡିସକାଉଂଟ ଦେଉଛନ୍ତି ।

ସେହିଭଳି ମାରୁତି, ହୋଣ୍ଡା, ଟୋୟୋଟା, ରୈନା ଏବଂ ନିସାନ ଭଳି କାର ନିର୍ମାଣକାରୀ କଂପାନୀମାନେ ନିଜ ବିକ୍ରି ବୃଦ୍ଧି କରିବା ପାଇଁ ୪୦ ହଜାର ଟଙ୍କାରୁ ଆରମ୍ଭ କରି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଂଟ ଦେଉଛନ୍ତି । ସେହିଭଳି ଟ୍ରକ୍ ନିର୍ମାତା କଂପାନୀଗୁ଼ଡିକ ମଧ୍ୟ ୩,୭୫,୦୦୦ ଟଙ୍କାର ରିହାତି ଉଭୟ ଛୋଟ ଏବଂ ବଡ ସାଇଜ ଟ୍ରକ୍ ଉପରେ ଦେଉଛନ୍ତି । ଖାଲି ଏତିକି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦେଶର ସବୁଠୁ ବଡ କାର ନିର୍ମାତା କଂପାନୀ ତଥା ମାରୁତି ନିଜ ସମସ୍ତ ପ୍ରମୁଖ ଗାଡିମାନଙ୍କ ଉପରେ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୧,୧୨,୦୦୦ଟଙ୍କା ପର୍ଯ୍ୟନ୍ତ ଡିସକାଉଂଟ ମଧ୍ୟ ଦେଇରଖିଛି ।

   Related Posts