ଥାନେ ୧୫/୦୧: ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର। ବିଚ୍ ରାସ୍ତାରେ ହଠାତ ଜଳି ଉଠିଲା କାର। ଶୁକ୍ରବାର ଥାନେର ଇଷ୍ଟର୍ଣ୍ଣ ଏକ୍ସପ୍ରେସଓ୍ବେ ଉପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆନନ୍ଦ ନଗରରେ ଥିବା ମୁଲୁନ୍ଦ ଟୋଲ୍ ନାକା ନକଟରେ ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଜଳିଯାଇଥିବା ଜଣାପଡ଼ିଛି।
କାରଟି ଜଳି ଯିବା ଖବର ମିଳିବା ପରେ ମୁମ୍ବାଇ ପୋଲିସ ସମେତ ଥାନେର ଆରଡିଏମସି ଓ ମୁମ୍ବାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କାରରେ ଲାଗିଥିବା ନିଆଁ ଲଭାଇବକୁ ଦୀର୍ଘ ସମୟ ଲାଗିଛି। କିନ୍ତୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି।
ଅଗ୍ନିଶମ ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କାରଟି ଭକ୍ସଓ୍ବାଗନ୍ ଭେଣ୍ଟୋ ବୋଲି ଜଣାପଡ଼ିଛି। ତେବେ କାରଟି ଏକ୍ସପ୍ରେସଓ୍ବେ ଉପରେ ଯାଉଥିବା ବେଳେ ସକାଳ ପ୍ରାୟ ୮ରେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି।
wp:html /wp:html