ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୩ ଜଣ

Published By : Prameya-News7 Bureau | December 05, 2020 IST

ସାଲେପୁର ୫।୧୨: ଷଣ୍ଢକୁ ପିଟି ଜଳିଗଲା କାର୍ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗି ଥାନା ସର୍ଦଳା ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ କାର୍ ଆରୋହୀ । ଟାଙ୍ଗୀ ପୋଲିସ୍ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସୂଚନାଯୋଗ୍ୟ ଯେ, କାର୍‌ଟି ଚଣ୍ଡିଖୋଲରୁ କଟକ ଯାଉଥିବା ସମୟରେ ସର୍ଦଳା ଛକଠାରେ ଏକ ଷଣ୍ଢ ରାସ୍ତା ପାର ହେଉଥିଲା । ସେହି ସମୟରେ କାର୍‌ଟି ଷଣ୍ଢକୁ ଧକ୍କା ଦେଇଥିଲା । ଫଳରେ କାର୍ ସହ ଷଣ୍ଢ ୧୦ ଫୁଟ ଘୁଷୁରି ଯାଇଥିଲା । ହଠାତ୍ କାର୍‌ରେ ନିଆଁ ଲାଗି ଯାଇଥିଲା । ଷଣ୍ଢଟି ଖଣ୍ଡିଆ ଖାବରା ହୋଇ ରାସ୍ତା କଡକୁ ଚାଲିଯାଇଥିଲା । କାର୍‌ରେ ଥିବା ୩ ଜଣ ଯାତ୍ରୀ ଜୀବନ ବଞ୍ଚାଇ ପଳାଇଥିଲେ । ପ୍ରଚଣ୍ଡ ଶବ୍ଦ ହୋଇ କାର୍ ହୁତ ହୁତ ହୋଇ ଜଳିଯାଇଥିଲା । ଫଳରେ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.