Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର୍

14/09/2019 at 9:25 AM

ଭଣ୍ଡାରିପୋଖରୀ ୧୪।୯: ରାଜପଥରେ ଜଳିଗଲା କାର୍ । ସମସ୍ତ ଯାତ୍ରୀ  ସୁରକ୍ଷିତ ଥିବା ଜଣାପଡିଛି ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ପୁରୀପଡା ଛକ ନିକଟରେ କାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । କାରଟି ଷଠିପୁରରୁ ଭଦ୍ରକ ଆସୁଥିବାବେଳେ ବନ୍ଦ ହୋଇଯାଇଥିଲା ।

କାରର ଡ୍ରାଇଭର ଇଞ୍ଜିନ ସଜାଡ଼ିବା ପାଇଁ କାରର ବ୍ୟାଟେରୀ ଖୋଲୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଧୀରେ ଧୀରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । କାରର ସମସ୍ତ ଯାତ୍ରୀ ଗାଡିରୁ ବାହାରିଯାଇଥିବାରୁ ସୁରକ୍ଷିତ ଥିବା ସୂଚନା ମିଳିଛି । ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ହୋଇଥିବାବେଳେ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତାୟାତକୁ ସ୍ବାଭାବିକ କରିଛି ।

   Related Posts