ଗାଡି ମରାମତି ବେଳେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା କାର୍‌

Published By : Prameya-News7 Bureau | January 18, 2020 IST

ରାଇରଙ୍ଗପୁର ୧୮।୦୧: ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କାର୍‌ । ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଦୁନ୍ଦୁ ରୋଡରେ ଥିବା ଏକ ଗ୍ୟାରେଜରେ ଗାଡି କାମ କରିବା ପାଇଁ ଦେଇଥିଲେ  ଗାଡି ମାଲିକ । ତେବେ ଗାଡିରେ ଓ୍ବେଲ୍ଡିଂ କରିବା ସମୟରେ କୌଣସି କାରଣ ବଶତଃ ଗାଡିରେ ନିଆଁ ଲାଗିଯାଇଥିଲା । ପରେ ଦେଖୁ ଦେଖୁ ନିଆଁ ସମ୍ପର୍ଣ୍ଣ ଗାଡିକୁ ବ୍ୟାପିଯାଇଥିଲା ।

{"id":213029,"sizeSlug":"large"}

ଗାଡି ରାସ୍ତାରେ ହୁତୁହୁତୁ ହୋଇ ଜଳୁଥିବାର ଦେଖ ନିକଟରେ ଥିବା ଓ୍ବାସିଂ ସେଣ୍ଟରରୁ ପାଣି ସିଞ୍ଚନ କରିବା ପରେ ଗାଡିରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା । କିନ୍ତୁ ସେତେବେଳକୁ ଗାଡିଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିଲା । କିଛିସମୟ ପରେ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଅଗ୍ନିକାଣ୍ଡରେ କୌଣସି ମୃତାହତର ଖବର ନାହିଁ ।

{"id":213030,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.