Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ପ୍ରେମିକା ଉପରେ ରାଗରୁ ପ୍ରେମିକଙ୍କ ମୁଣ୍ଡକୁ ଛଢିଗଲା ପିତ୍ତ, ଶାହାରୁକଙ୍କ ଷ୍ଟାଇଲରେ ଜାଳିଦେଲେ କାର

5/02/2020 at 11:01 PM

ବଦୋଦରା ୦୫/୦୨- ପାଗଳ ପ୍ରେମି ,ବଦରାଗି ପ୍ରେମିକ । ଯାହା ବି କହିଲେ କମ୍‌ ହେବ । ଗୁଜୁରାଟରେ ଏମିତି ଏକ ଘଟଣା ଘଟିଛି । ଜଣେ ପ୍ରେମିକର ଅଦ୍ଭୁତ କାରନାମା ଚର୍ଚ୍ଚାର ଖୋରାକ ହୋଇଛି । ପ୍ରେମିକା ମାନିଲାନି କଥା ଆଉ ରାଗି ଗଲା ପ୍ରେମିକ । ଜଣେ ବେକାର ଆଇଟି ଇଞ୍ଜିନିୟର ଜଣକ ତାଙ୍କ ପ୍ରେମିକା ଆସିଲାନି ବୋଲି ଜାଳିଦେଲେ କାର ।ଆଉ ଏହି ଘଟଣାଟି ମନେପକାଇ ଦେଲା  ୯୦ ଦଶକର ଶାହାରୁଖ ଖାନ୍‌ ଅଭିନୀତ ଅଂଜାମ ଚଳଚ୍ଚିତ୍ରର ଏକ ଦୃଶ୍ୟ ।

ଯୁବକ ଜଣକ ଜଣେ ଆଇଟି ଇଞ୍ଜିନିୟର । କିନ୍ତୁ ତାଙ୍କର ନଥିଲା ଚାକିରି । ବେକାର ଥିଲେ ସେ । ଜଣେ ଯୁବତୀଙ୍କୁ ସେ  ଭଲ ପାଉଥିଲେ । କିନ୍ତୁ ହଠାତ୍ କୌଣସି କାରଣରୁ ପ୍ରେମିକା ତାଙ୍କ କଥା ରଖିନଥିଲେ । ମନୋମାଳିନ୍ୟ ଘଟିଥିଲା । ଆଉ ତାହା ପ୍ରେମିକ ଜଣକୁ ଏତେ କ୍ଷୁବ୍ଧ କଲା ଯେ, ସେ ପୁରା ଶାହାରୁକ ଷ୍ଟାଇଲ୍‌ରେ ଷ୍ଟଣ୍ଟ  କରିଦେଲେ ସେ । ମଙ୍ଗଳବାର ବଦୋଦରାର ବଦିବାଡି ଅଞ୍ଚଳରେ ଘଟିଛି ଏହି ଘଟଣା । ଯୁବକ ଜଣକ ତାଙ୍କ କାର ଧରି ସପିଂ ମଲ୍‌ ଥିବା ଏକ ଗଳି ରାସ୍ତାରେ ଆସିଲେ । ରାସ୍ତାରେ କାର ରଖି ପ୍ରଥମେ ଏକ ପଥର ଖଣ୍ଡ ଆଣି କାର କାଚ ଭାଙ୍ଗିଲେ । ତାପରେ କାର ଭିତରେ କିଛି ଅଳିଆ ଭର୍ତ୍ତି କରିବାପରେ ସେଥିରେ ନିଆଁ ଲଗାଇଦେଲେ ।

କାର ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ  ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ଫାୟାର ବ୍ରିଗେଡ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ପୋଲିସକୁ କିଛି ବି କହିନଥିଲେ ସେହି ବିଫଳ ପ୍ରେମିକ । ତାପରେ ଯୁବକଙ୍କ ଘର ଠିକଣା ସଂଗ୍ରହ କରି ତାଙ୍କ ବାପାଙ୍କୁ ଡକାଇଥିଲା ପୋଲିସ । ଆଉ ବାପାଙ୍କ  ଆଗରେ ପୋଲିସ ଜେରାରେ ସବୁ ମାନିଯାଇଥିଲେ ଯୁବକ । କାର ଟି ତାଙ୍କର ଥିଲା ଏବଂ ସେ ପ୍ରେମିକା ଉପରେ ରାଗରୁ ସେହି କାରରେ ନିଆଁ ଲଗାଇଥିଲେ । ୨୩ ବର୍ଷୀୟ ଆଇଟି ଇଞ୍ଜିନିୟର କହିଥିଲେ ଯେ, ତାଙ୍କ ପ୍ରେମିକା ତାଙ୍କ ନିକଟକୁ ଆସିବାକୁ କହିଥିଲେ । କିନ୍ତୁ ସେ ଆସିଲେନାହିଁ । ଆଉ ସେହି ରାଗରେ ସେ କାର୍‌ରେ ନିଆଁ ଲଗାଇଦେଲେ ।  

   Related Posts