ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଲେ କାର ଚାଳକ, ଖବର ପାଇଁ ନିଆଁକୁ ଆୟତ କଲେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | December 25, 2018 IST

wp:core-embed/youtube {"url":"https://www.youtube.com/watch?v=UUJ9bvm7dxg","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=UUJ9bvm7dxg
/wp:core-embed/youtube


ଭୁବନେଶ୍ୱର ୨୫/୧୨: ମଝି ରାସ୍ତାରେ ହୁତୁ ହୁତୁ ହୋଇ  ଜଳିଗଲା ଚଳନ୍ତା କାର।  ଅଳ୍ପକେ ବର୍ତ୍ତିଗଲେ କାର  ଚାଳକ।  ନନ୍ଦନକାନନ ପାର୍ଶ୍ବରୁ-ଜୟଦେବ ବିହାର ଆଡକୁ ଆସୁଥିବା ହୁଣ୍ଡାଇ କାରଟିରେ  କୌଣସି  କାରଣରୁ   ନିଆଁ ଲାଗି ଯାଇଥିଲା । ଜନତା ମଇଦାନ ସମ୍ମୁଖ ସ୍ବସ୍ତି ପ୍ରମିୟମ ହୋଟେଲ ନିକଟରେ ମୁଖ୍ୟ ରାସ୍ତାରେ କାରଟି ସଂପୂଣ୍ଣ ଭାବେ ଜଳିଯାଇଛି।  କାରରେ  ନିଆଁ ଏତେ ମାତ୍ରାରେ ବ୍ୟାପିଥିଲା ଯେ  କିଛି ସମୟ ପାଇଁ ରାସ୍ତା ବନ୍ଦ ହୋଇଯାଇଥିଲା । ଖବର ପାଇ ଚନ୍ଦ୍ର ଶେଖରପୁର ଅଗ୍ନିଶମ କେନ୍ଦ୍ର ଓ  ସଚ୍ଚିବାଳୟ  ଅଗ୍ନିଶମ କେନ୍ଦ୍ରରୁ ଦୁଇଟି  ଅଗ୍ନିଶମ ଗାଡି ପହଂଚି ନିଆଁକୁ ଆୟତ କରିଥିଲା।  ନିଆଁ ଲାଗିଥିବା କାର  ନମ୍ବର ହେଉଛି  OR 02 BA 0077। ରାଜଧାନୀରେ ବିଭିନ୍ନ୍ ସମୟରେ ଚଳନ୍ତା କାର ନିଆଁ ଲାଗିପୋଡିଯିବା ନଜିର ରହିଛି । ଫିଟନେସ  ନଥିବା ଗାଡି, କାର  ରାଜଧାନୀ ରାଜରାସ୍ତାରେ ଗଡୁ ଥିବାରୁ ବିଭିନ୍ନ୍ ସମୟରେ ଅଘଟଣ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ଦିଗରେ  ଆରଟିଓ , ଏମଭିଆଇ ମାନେ ନିୟମିତ ବ୍ୟବଧାନରେ କଡା ଚେକିଙ୍ଗ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।hdr  aston

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.