ସୋମାଲିଆ ରାଜଧାନୀ ମୋଗାଦିଶୁରେ କାର ବୋମା ବିସ୍ପୋରଣ, ୯୦ରୁ ଅଧିକ ମୃତ, ଅନେକ ଆହତ
28/12/2019 at 3:25 PM

ମୋଗାଦିଶୁ ୨୮।୧୨: ସୋମାଲିଆ ରାଜଧାନୀ ମୋଗାଦିଶୁରେ ଶନିବାର ଭୀଷଣ ବିସ୍ଫୋରଣ ହୋଇଛି। ଫଳରେ ଅନୁନ୍ୟ ୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଘଟଣା ସ୍ଥଳକୁ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ରାଜଧାନୀର ଏକ ବ୍ୟସ୍ତତମ ଅଞ୍ଚଳରେ କାରବୋମା ବିସ୍ଫୋରଣ ହୋଇଥିବା ପୋଲିସ ଅଧିକାରୀ ଇବ୍ରାହୀମ ମହମ୍ମଦ କହିଛନ୍ତି।

ଆୟକର ବିଭାଗ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ସହରର ଏହା ସବୁଠାରୁ ବ୍ୟସ୍ତତମ ଅଞ୍ଚଳ ହୋଇଥିବାରୁ ମୃତକଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଦେଶରେ ଅଲକାଏଦା ସମର୍ଥିତ ଆତଙ୍କବାଦ ଗୋଷ୍ଠୀ ଅଲ ସବାବ ପ୍ରାୟତଃ ଏଭଳି କାଣ୍ଡ କରିଥାଏ। ଏଣୁ ଘଟଣା ପଛରେ ଆତଙ୍କବାଦ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ କୌଣସି ଉଗ୍ରବାଦୀ ସଙ୍ଗଠନ ଏଥିଲାଗି ନିଜକୁ ଦାୟୀ କରିନାହାନ୍ତି।
ବିସ୍ଫୋରଣ ବେଳେ ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ରଛାତ୍ରୀ ବି ଯାତାୟାତ କରୁଥିଲେ। ବୁଲା ବ୍ୟବସାୟୀ କାର୍ଯ୍ୟାଳୟ ଯାଉଥିବା ଲୋକେ ରାସ୍ତାରେ ଭରି ରହିଥିବା ବେଳେ ଏକ ବିସ୍ଫୋରକ ବୋଝେି କାର ଜନଗହଳିରେ ପଶି ବିସ୍ଫୋରଣ କରିଥିଲା । ରାସ୍ତାକଡରେ ରଖା ଯାଇଥିବା ଏକ କାରରେ ଭୀଷଣ ବିସ୍ଫୋରଣ ହୋଇଥିଲା। ଫଳରେ ଅନେକ ମୃତାହତ ହୋଇଥିବା କୁହାଯାଉଛି।