ପୁଣି ଟାର୍ଗେଟ୍‌ରେ ସିଆରପିଏଫ୍ ; ଶ୍ରୀନଗର-ଜମ୍ମୁ ହାଇୱେରେ କାର୍‌ରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ

Published By : Prameya-News7 Bureau | March 30, 2019 IST

ଶ୍ରୀନଗର ୩୦|୩ : ପୁଣି ଟାର୍ଗେଟରେ ସିଆରପିଏଫ । ପୁଲୱାମା ପରି ଆଉ ଥରେ ସିଆରପିଏଫ୍ କୁ ଟାର୍ଗେଟ କରି ଆଟାକ୍ ହୋଇଛି  । ଶ୍ରୀନଗର-ଜମ୍ମୁ ହାଇୱେର ବନିହାଲ ନିକଟରେ ବିସ୍ଫୋରଣ ହୋଇଛି । ଗୋଟିଏ କାରରେ ଥିବା ସିଲିଣ୍ଡର ଫାଟିଥିବା ଜଣାପଡିଛି । ବିସ୍ଫୋରଣ ସମୟରେ ସେହି ରାସ୍ତା ଦେଇ ସିଆରପିଏଫର ଯବାନଙ୍କ ଗାଡି ଯାଉଥିଲା । ବିସ୍ଫୋରଣରେ ସିଆରପିଏଫର ଗୋଟିଏ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

{"id":98425}

ସୂଚନାଯୋଗ୍ୟ ଯେ, ସକାଳ ସାଢେ ୧୦ଟାରେ ସିଆରପିଏଫର ୫୪ ବାଟାଲିୟନର ଏକ ବସ୍ ହାଇୱେ ଦେଇ ଯାଉଥିଲା । ଏହି ସମୟରେ ପଛରୁ ଏକ ସେଣ୍ଟ୍ରୋ କାର୍ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଘଟଣା ପରେ କାର୍ ଚାଳକ ଫେରାର ହୋଇଯାଇଛନ୍ତି । ଦୁର୍ଘଟଣାରେ କେହି ଆହାତ ହୋଇନଥିବାର ସୂଚନା ମିଳିଛି । ବିସ୍ଫୋରଣରେ କୌଣସି ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବିଭିନ୍ନ ଦିଗ ନେଇ ତଦନ୍ତ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.