Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଧକ୍କା ଦେଲା କାର୍, ରାସ୍ତାରେ ହିଁ ଜୀବନ ହାରିଲେ ବାଇକ ଆରୋହୀ

10/06/2021 at 10:55 AM

ଆନନ୍ଦପୁର, ୧୦/୦୬:  କେନ୍ଦୁଝର ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୁଆଁପଦା ଛକ ନିକଟରେ କାର୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ମୃତକଜଣଙ୍କ ହେଲେ ଘଷିପୁରା ଥାନା ସଠତିରା ଗାଁର ବିନୋଦ ବିହାରୀ ସାହୁ । ସେ କୌଣସୀ କାମରେ ପଦନା ଯାଉଥିବା ସମୟରେ ସୁଆଁପଦା ଛକ ନିକଟ ଏକ ରୋଡ୍ କ୍ରସିଂରେ ରାସ୍ତାପାର୍ ହେଉଥିଲେ । ଏତିକି ବେଳେ ବୀପରିତ ଦିଗରୁ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

 ସଂପୃକ୍ତ କାରରେ ମୟୂରଭଞ୍ଜ ଯସିପୁର ଅଞ୍ଚଳରୁ ଏକ ପରିବାର କଟକ ବଡ ମେଡିକାଲ ଯାଉଥିବା ଜଣାପଡିଛି । ଦୁର୍ଘଟଣା ପରେ ରାମଚନ୍ଦ୍ରପୁର ପୋଲିସ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts