Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କାର-ବାଇକ ମୁହାଁ ମୁହଁ ଧକ୍କା, ହୁତୁ ହୁତୁ ହୋଇ ଜଳିଗଲା ବାଇକ, ୨ ମୃତ

20/02/2021 at 10:55 PM

ମୋରଡା ୨୦।୧୨: ମୟୁରଭଞ୍ଜ  ଜିଲ୍ଲା ମୋରଡା  ଥାନା ଅନ୍ତର୍ଗତ ଝିଙ୍କିରିଆ ଠାରେ କାର ଓ ବାଇକ ମୁହାଁ ମୁହଁ ଧକ୍କାରେ ବାଇକରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ୬୧ ନଂ ରାଜ୍ୟ ରାଜପଥରେ ଶନିବାର ରାତି ପ୍ରାୟ ୧୦ଟାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଝିଙ୍କିରିଆ ବଜାରରୁ ୧ କିଲୋମିଟର ଦୂରରେ ବାଙ୍କ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଓଡି୦୨ଭି୦୪୪୦ ମାରୁତି ସୁଜୁକି ସୁଇଫ୍ଟ କାରରେ ବାରିପଦାରୁ ବାଲେଶ୍ଵର ଅଭିମୁଖେ କାରଟି ଯାଉଥିବା ସମୟରେ ଝିଙ୍କିରିଆ ବାଙ୍କ ରାସ୍ତାରେ ରାସଗୋବିନ୍ଦପୁର ଆଡୁ ବୀପରିତ ଦିଗରୁ ଆସୁଥିବା ଏକ ବାଇକ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ବାଇକରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ଲୋକମାନେ ଆଲୋଚନା କରୁଥିବା ଜଣାପଡିଛି। ଖବରପାଇ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାକୁ ନେଇ ଯାଇଛନ୍ତି।

ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ବାଇକର ନିଆଁକୁ ଲିଭାଇଛି । ଅନ୍ୟ ଏକ ଅଗ୍ନିଶମ ବିଭାଗର ଗାଡ଼ିରେ ରାସଗୋବିନ୍ଦପୁର ଡାକ୍ତରଖାନାକୁ ଗୁରୁତର ଦୁଇଜଣଙ୍କୁ ନିଆଯାଇଥିଲା।  ଡାକ୍ତରଖାନାରେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ଠିକଣା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।

   Related Posts