କାର ଏବଂ ବାଇକ୍ରେ ନିଆଁ ଲଗାଇ ଜାଳି ଦେଲେ ଦୁର୍ବୃତ୍ତ
8/01/2021 at 1:15 PM

ଗଜପତି୮/୧: ନିଆଁ ଲଗାଇ ଜାଳି ଦେଲେ କାର ଏବଂ ବାଇକ। ଗୋଟିଏ କାର ଓ ଦୁଇଟି ବାଇକକୁ କେହି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଦେବତି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଏନ୍ କ୍ରିଷ୍ଣାଙ୍କ ଘର ନିକଟରେ ଥିବା ବାଇକ ଓ କାରକୁ ବିଳମ୍ବିତ ରାତିରେ ପୋଡି ଦେଇଥିବା ଅଭିଯୋଗ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ନା ପୋଲିସ ନା କ୍ଷତି ହୋଇଥିବା ବ୍ୟକ୍ତି କେହି ବି ମୁହଁ ଖୋଲୁ ନାହାନ୍ତି। ଯାହାସ୍ଥିତି ଦେଖିଲେ ଏହା ଚୋର ମଦ ବ୍ୟବସାୟକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି। ପୋଲିସର ତଦନ୍ତ ଜାରି ରହିଛି ।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021