କାର୍ ସହ ଧକ୍କା ହୋଇ ପୋଖରୀକୁ ଓଲଟି ପଡିଲା ଅଟୋ, ୨ ଗୁରୁତର

Published By : Prameya-News7 Bureau | December 06, 2020 IST

କିଶୋରନଗର,୦୬/୧୨: କଟକ-ପାରାଦୀପ ରାସ୍ତାର ରାମକୁମାରପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ କାର୍‌ ସହ ଅଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁରୁତର ଦ୍ୱୟ ହେଲେ  ଚୌଦ୍ୱାର ଅଞ୍ଚଳର ପ୍ରଭାତ କୁମାର ସାହୁ (୪୨) ଓ କାର୍‌ ଚାଳକ କିଶନନଗର ଥାନା ଅଞ୍ଚଳର ଧନଜ କୁମାର ସାହୁ (୪୮) ।

ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଓଆର୍‌୦୫ଏଏନ୍‌୧୭୫୩ ନମ୍ବର ବିଶିଷ୍ଟ କାର୍‌ଟି ପାରାଦୀପ ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅଟୋ (ଓଆର୍‌୦୫ଏବି୪୮୨୧) ସହ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଅଟୋଟି ରାସ୍ତାକଡରେ ଥିବା ଏକ ପୋଖରୀକୁ ଓଲଟି ପଡିଥିଲା ।

ଖବର ପାଇ ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ଜେନା ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ଏହାସହ ସହ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.