Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଲକଡାଉନରେ ଗାଡି ମାର୍କେଟ୍ ଫୁଲ୍ ଅନଲକ୍ : କାର୍ ବିକ୍ରି ବଢିଛି, ଟୁହ୍ୱିଲରର ଚାହିଦା ଢେର୍

2/10/2020 at 3:46 PM

ନୂଆଦିଲ୍ଲୀ, ୦୨|୧୦: ଦେଶରେ ପ୍ରଥମ ଥର ପାଇଁ ଛୋଟ କାରର ଚାହିଦା ବୃଦ୍ଧି ପାଇଛି । ଏପରିକି ଛୋଟ କାର୍ ଅଧିକ ମାତ୍ରାରେ କିଣାଯାଇଛି । ରୁରାଲ ଡିମାଣ୍ଡ ଓ ପବ୍ଲିକ ଟ୍ରାନ୍ସପୋର୍ଟ ବଦଳରେ ଲୋକମାନେ ନିଜର କାର୍ କିଣିଛନ୍ତି । ତେବେ କୋଭିଡ୍ ସଂକ୍ରମଣ ସତ୍ତ୍ୱେ ବଡ କାର୍ ଓ ଗାଡିରା ଚାହିଦା ଅନେକ ପରିମାଣରେ ବଢିଛି ।

ସେପ୍ଟେମ୍ବର ମାସରେ ଗାଡିର ଉତ୍ପାଦନ ବୃଦ୍ଧି ପାଇଛି । ଏପରିକି ବିକ୍ରି ମଧ୍ୟ ବଢିଛି । ମାରୁତି ସୁଡୁକି ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବରରେ ଘରୋଇ ମାର୍କେଟରେ ପାସେଞ୍ଜର ଗାଡିର ବିକ୍ରି ୩୩.୯ ପ୍ରତିଶତ ବୃଦ୍ଧି ପାଇଛି । କମ୍ପାନୀ ସେପ୍ଟେମ୍ବରରେ ୧,୪୭,୯୧୨ ୟୁନିଟ୍ ବିକ୍ରି କରିଥିଲା । ଯାହା ସେପ୍ଟେମ୍ବର ୨୦୧୮ ପରେ ସବୁଠୁ ଭଲ ବ୍ୟବସାୟ ।

ହ୍ୟୁଣ୍ଡାଇ ୫୦,୩୧୩ଟି ଗାଡି ବିକ୍ରି କରିଛି । କମ୍ପାନୀର କହିବାନୁସାରେ, ଗତ ବର୍ଷ ଏହିସମୟ ତୁଳନାରେ ଚଳିତ ବର୍ଷ ୨୩.୬ ପ୍ରତିଶତ ଅଧିକ ଗାଡି ବିକ୍ରି ହୋଇଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସେପ୍ଟେମ୍ବରରେ ପାସେଞ୍ଜର ଭେଇକିଲରେ ୩.୫ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି । ଏହି ମାସରେ କମ୍ପାନୀର ୧୪,୮୫୭ ଗାଡି ବିକ୍ରି ହୋଇଛି । ହୋଣ୍ଡା କାରର ବିକ୍ରି ମଧ୍ୟ ବୃଦ୍ଧି ପାଇ ୧୦,୧୯୯ ୟୁନିଟ୍ ହୋଇଯାଇଛି । ୨୦୧୯ ସେପ୍ଟେମ୍ବର ତୁଳନାରେ ଏହା ୯.୭ ପ୍ରତିଶତ ଅଧିକ ଅଟେ ।

କେବଳ କାର୍ ନୁହେଁ, ବରଂ ଦୁଇ ଚକିଆ ଯାନର ବିକ୍ରି ମଧ୍ୟ ବଢିଛି । ସେପ୍ଟେମ୍ବରରେ ଟିଭିଏସ୍ ଗାଡିର ବିକ୍ରି ୩.୮ ପ୍ରତିଶତ ବଢିଛି । ହିରୋ ମୋଟୋ କର୍ପ ୭,୧୫,୭୧୮ ଗାଡି ବିକ୍ରି କରିଛି । ତେବେ ଅକ୍ଟୋବର ମାସରେ ମଧ୍ୟ ଗାଡି ବିକ୍ରି ବଢିବ ବୋଲି ଅନୁମାନ କରାଯାଉଛି ।

   Related Posts