ଢେଙ୍କାନାଳରେ କାର୍ ଏବଂ ବାଇକ୍ ଦୁର୍ଘଟଣା: ବାଇକ୍ ଚାଳକ ମୃତ
22/08/2018 at 12:28 AM

ଢେଙ୍କାନାଳ ୨୨/୮: କଙ୍କଡାହାଡ ଥାନା କିର୍ତ୍ତନପୁରଠାରେ ବାଇକକୁ କାର୍ ପିଟି ଦେଇଛି। ଏଥିରେ ବାଇକ ଚାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଥାନା ଅନ୍ତର୍ଗତ କନ୍ଧରା ଗ୍ରାମର ଭରତ ସିଂ। ଆଜି ସକାଳ ସମୟରେ ମୃତ ଭରତ ସିଂ ଘରୁ ବାଇକ ଯୋଗେ କିର୍ତ୍ତନପୁର ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା। ଖବର ପାଇ ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇିଁ ପଠାଇବା ସହ ତଦନ୍ତ ଚଳାଇଛି।
Related Posts
୨୬୫ ଗ୍ରାମର ବ୍ରାଉନ ସୁଗାର ଜବତ, ୩ ଗିରଫ
3 March 2021