ରାସ୍ତାରେ ମାଗିଥିଲେ ଲିଫ୍ଟ, ହେଲେ ସାହାଯ୍ୟ ନେବା ହେଲା କାଳ, ଚାଲିଗଲା ଜୀବନ

Published By : Prameya-News7 Bureau | June 06, 2021 IST

ନୀଳଗିରି, ୬/୬: ଅଯୋଧ୍ୟା ରାସ୍ତାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି ।  ରାସ୍ତାକଡକୁ ଏକ କାର ଓଲଟି ପଡ଼ିଛି । ଫଳରେ କାର ଭିତରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ବାଲେଶ୍ଵରର ଅଯୋଧ୍ୟା ରାସ୍ତା ପାଟଣା ନିକଟ ଜାମବଣି ଛକରେ ଓଆର ୦୨ ଏସ ୨୫୭୭ ନମ୍ବର ବିଶିଷ୍ଟ ଏକ କାର ଦ୍ରୁତଗତିରେ ଯାଉଥିବାବେଳେ ଜାମବଣି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଅଯୋଧ୍ୟା ଅଂଚଳର ଡ୍ରାଇଭର ସୁମନ୍ତ ମୁଖୀ  ଆହତ ହୋଇଥିବା ବେଳେ କାର ଭିତରେ ବସିଥିବା ମହିଳା ଜଣକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ମୃତକଙ୍କ ପରିଚୟ ମିଳିପାରିନି । ଡ୍ରାଇଭରଙ୍କ କହିବା ଅନୁସାରେ ମହିଳା ଜଣଙ୍କୁ ସେ ବାଟରେ ଲିଫ୍ଟ ଦେଇ ଆଣିଥିଲେ । ଆହତ ଡ୍ରାଇଭରକୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଯୋଧ୍ୟା ଫାଣ୍ଡି ଅଧିକାରୀ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ମୃତକ ଶବ ମଧ୍ୟ ଜବତ କରିଛନ୍ତି । ତେବେ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.