ଅଟଲ ଟନେଲ ଭିତରେ ଓଭରଟେକ୍ କଲାବେଳେ କାର୍ ଦୁର୍ଘଟଣାଗ୍ରସ୍ତ: ୪ ଯାତ୍ରୀ ଆହତ, ଡ୍ରାଇଭରର କଟିଲା ୧୩୫୦୦ ଟଙ୍କା ଚାଲାଣ

Published By : Prameya-News7 Bureau | December 05, 2021 IST

ଶିମଲା ୦୫/୧୨ : ହିମାଚଳ ପ୍ରଦେଶ କୁଲ୍ଲୁରେ ଅଟଳ ରୋହତଙ୍ଗ ଟନେଲ ଭିତରେ ଜଣେ କାର ଡ୍ରାଇଭରଙ୍କୁ ଓଭରଟେକ କରିବା ମହଙ୍ଗା ପଡିଛି। ଟନେଲରେ ଓଭରଟେକ କଲାବେଳେ କାର ଅନିୟନ୍ତ୍ରିତ ହୋଇଯାଇଥିଲା। ଏହାପରେ କାରଟି ଟନେଲର ଗୋଟିଏ କଣ୍ଠ ଓ ଆଉ ଗୋଟିଏପଟ କାନ୍ଥ ସହ ଯାଇ ଧକ୍କା ହୋଇଥିଲା। କାରରେ ଦିଲ୍ଲୀର ୪ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଯାତ୍ରୀମାନେ ଆହତ ହୋଇଛନ୍ତି। ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଡ୍ରାଇଭର ଉପରେ ୧୩ ହଜାର ୫୦୦ ଟଙ୍କା ଜରିମାନା ଲଗାଇଛି।

କାରରେ ଥିବା ଯାତ୍ରୀ ଅଟଳ ଟନେଲରୁ ନର୍ଥ ପୋର୍ଟାଲ ଆଡକୁ ଯାଉଥିଲେ। ଡ୍ରାଇଭର ଟନେଲ ଭିତରେ ଅନ୍ୟ ଲାଇନକୁ ଯାଇ ଓଭରଟେକ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ କାରର ସ୍ପିଡ଼ ବହୁତ ଅଧିକ ଥିଲା। ପଛରେ ଯାଉଥିବା ଆଉ ଏକ କାର ଏହାର ଭିଡିଓ ରେକର୍ଡିଙ୍ଗ କରିଥିଲେ।

wp:embed {"url":"https://www.youtube.com/embed/1o-d7o83IGA","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/1o-d7o83IGA
/wp:embed

ତେବେ ଦୁର୍ଘଟଣାର କାହାର ମୃତ୍ୟୁ ହୋଇନାହିଁ। ୪ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଥିଲା। ବର୍ତ୍ତମାନ ସମସ୍ତେ ସୁସ୍ଥ ଅଛନ୍ତି। କିନ୍ତୁ ଦୁର୍ଘଟଣାରେ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଏହାକୁ ଦାୟିତ୍ବହୀନତା କହି ଡ୍ରାଇଭର ଉପରେ ୧୩୫୦୦ ଟଙ୍କା ଚାଲାଣ କାଟିଛି। କୁଲ୍ଲୁ ଏସପି ଗୁରୁଦେବ ଶର୍ମା କହିଛନ୍ତି ଯେ ମୋଟର ବାହନ ଆକ୍ଟ ଧାରା ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.