ଉତ୍ତରାଖଣ୍ଡ: ଖାଇକୁ ଖସିଲା କାର, ପୂର୍ବତନ ବିକେଟିସି ଅଧ୍ୟକ୍ଷଙ୍କ ସମେତ ୨ ବିଜେପି ନେତା ମୃତ

Published By : Prameya-News7 Bureau | October 11, 2020 IST

ଉତ୍ତରାଖଣ୍ଡ/ ପିପଲକୋଟି ୧୧/୧୦: ଉତ୍ତରାଖଣ୍ଡରେ ଶନିବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍‌। ଦୁର୍ଘଟଣାରେ ପୂର୍ବତନ ବିକେଟିସି ଅଧ୍ୟକ୍ଷ ମୋହନ ପ୍ରସାଦ ଥପଲିୟାଲ, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଳା ଅଧ୍ୟକ୍ଷ କୁଲଦୀପ ଚୌହାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୂର୍ବତନ ବିକେଟିସି ଅଧ୍ୟକ୍ଷ ମୋହନ ପ୍ରସାଦ ଶନିବାର ସନ୍ଧ୍ୟା​‌ରେ କର୍ଣ୍ଣପ୍ରୟାଗରେ ଆୟୋଜିତ ବିଜେପିର ବୈଠକରେ ଯୋଗ ଦେଇ ଘରକୁ ଫେରୁଥିଲେ। ତାଙ୍କ ସହ ବିଜେପି ଓବିସି ମୋର୍ଚ୍ଚା ଜିଲ୍ଳା ଅଧ୍ୟକ୍ଷ କୁଲଦୀପ ଚୌହାନ ମଧ୍ୟ ସେହି କାର୍‌ରେ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ବେଳେ ତାଙ୍କ କାର ପିପଲକୋଟି ନିକଟରେ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା । ତେବେ ଦୁର୍ଘଟଣା ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଚେଷ୍ଟା କରି ବିଫଳ ହୋଇଥିଲା । ଘନ ଅନ୍ଧକାର ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସେମାନଙ୍କର ସନ୍ଧାନ ମିଳିପାରିନଥିଲା। ପରେ ଏସଡିଆରଏଫ୍‌ ଯବାନ ପହଞ୍ଚିଥିଲେ ହେଁ କିଛି ସୁଫଳ ମିଳିନଥିଲା। ତେବେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। କିନ୍ତୁ ମୋହନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇନାହିଁ। ସୋମବାର ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.