ବିଲ ଭିତରକୁ ଓଲଟି ପଡିଲା କାର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

Published By : Prameya-News7 Bureau | December 20, 2020 IST

ସାଲେପୁର୨୦/୧୨: ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟିପଡିଲା କାର। ଅଳ୍ପକେ ବର୍ତ୍ତିଗଲେ କାର ଚାଳକ।କଟକ ଜିଲ୍ଲା ସାଲେପୁର କୁଅଁପାଳ ରାସ୍ତାର ବୁଦାମୁଣ୍ଡାଇ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। କାର ଚାଳକ ହେଲେ ମାହାଙ୍ଗା ଥାନା ପୁରୁଣାମଠ ଅସ୍ତପୁର ଅଞ୍ଚଳର ରଞ୍ଜିତ କୁମାର ଦାସ। ସେ ସାଲେପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ କାରଟି ବିଲ ଭିତରକୁ ଓଲଟି ପଡିଥିଲା।

ହେଲେ ଭାଗ୍ୟବଶତଃ କାର ଚାଳକ ରଞ୍ଜିତ ଅଳ୍ପକେ ମୃତ୍ୟୁ ମୁଖରୁ  ବର୍ତ୍ତି ଯାଇଥିଲେ।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି କାର ଚାଳକ ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ସାଲେପୁର ମେଡିକାଲ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.