ଘର ଉପରକୁ ମାଡ଼ିଗଲା କାର୍ : ଜଣେ ମହିଳାଙ୍କ ମୃତ୍ୟୁ : ୨ ଗୁରୁତର
6/01/2019 at 5:53 PM

ରାୟଗଡ଼ା ୬/୧: ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ଚେଭ୍ରୋଲେଟ୍- ସ୍ପାର୍କ ଗାଡ଼ି ସାକେଶଠାରେ ୩୨୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଝୁମ୍ପୁଡ଼ି ଘର ଉପରେ ମାଡ଼ିଯିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗାଡ଼ିଚାଳକଙ୍କ ସମେତ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ଆଜି ସନ୍ଧ୍ୟା ସାଢ଼େ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘରେ ରହୁଥିବା ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଅପରପକ୍ଷରେ ଆହତ ଦୁଇଜଣଙ୍କୁ ରାୟଗଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଡ଼ିଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ଗାଡ଼ିରେ ଗୋଟିଏ ପରିବାରର ସଦସ୍ୟ ଥିବା ଜଣାପଡ଼ିଛି। ମୃତ ମହିଳା ଓ ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଗାଡ଼ିଟି ଦୃତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021