Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା କାର୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

2/08/2020 at 3:59 PM

ବୌଦ୍ଧ ୨।୮: ଜାତୀୟ ରାଜପଥ ୫୭ ନମ୍ବର ଗମ୍ଭାରୀପଦର ଛକ ନିକଟରେ ଗୋଟିଏ ମାରୁତି ସ୍ବିଫ୍ଟ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ଟା ସମୟରେ ବୌଦ୍ଧଠାରୁ ମନମୁଣ୍ଡା ଦିଗକୁ ଯାଉଥିବା ଗୋଟିଏ ମାରୁତି ସ୍ବିଫ୍ଟ କାର୍‌ ( ସିଜି ୨୨ଏବି ୮୫୩୮) ଗମ୍ଭାରୀ ପଦର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ବିଦ୍ୟୁତ୍ ଖମ୍ବକୁ ଧକ୍କା ଦେଇଥିଲା । ବିଦ୍ୟୁତ୍ ଖମ୍ବକୁ ଧକ୍କା ଦେବାରୁ ଗୋଟିଏ ବଡ ଅଘଟଣରୁ ରକ୍ଷା ମିଳିଛି ଓ ନିକଟରେ ଥିବା ହୋଟେଲ ଭିତରକୁ କାର୍ ପଶି ପାରିନଥିଲା । କାର୍ ମଧ୍ୟରେ ଡ୍ରାଇଭର ବ୍ୟତୀତ କୌଣସି ଯାତ୍ରୀ ନ ଥିଲେ ଓ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ବୌଦ୍ଧ ଥାନାର ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

   Related Posts