ହାଟରୁ ଫେରୁଥିବା ବେଳେ ଧକ୍କା ଦେଲା କାର୍, ସାଇକେଲ ଆରୋହୀ ମୃତ

Published By : Prameya-News7 Bureau | November 04, 2020 IST

ଆନନ୍ଦପୁର, ୦୪/୧୧: ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ସଡକ ଦୁର୍ଘଟଣାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।  ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ପିଙ୍କୁ ମଲ୍ଲିକ ।

ପିଙ୍କୁ ନିଜ ସାଇକେଲ ଯୋଗେ ନିକଟସ୍ଥ ହାଟରୁ ପରିବା କିଣି ଘରକୁ ଫେରୁଥିବା ସମୟରେ ନୂଆଗାଁ ଛକଠାରେ ଏକ ଫର୍ଚ୍ୟୁନର ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସେଠାରୁ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ନିକଟସ୍ଥ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ରାମଚନ୍ଦ୍ରପୁର ପୋଲିସଠୁ ସୂଚନା ପାଇ ଦୁର୍ଘଟଣା ଘଟାଇ ପଳାଉଥିବା ଫର୍ଚ୍ୟୁନର ଗାଡିକୁ ପାଣିକୋଇଲି ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.