Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବାଇକ୍‌ ଆରୋହୀକୁ ରକ୍ଷା କରିବାକୁ ଯାଇ ନାଳକୁ ଖସିଗଲା କାର, ଗୋଟିଏ ପରିବାରର ୬ ମୃତ

25/06/2021 at 3:59 PM

ଲକ୍ଷ୍ନୌ ୨୫/୬: ବାଇକ୍‌ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ନାଳକୁ ଖସିଗଲା କାର । କାରରେ ଥିବା ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତର ହୋଇଥିବା ବାଇକ୍‌ ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଉତ୍ତରପ୍ରଦେଶର ବଳରାମପୁର ଅନ୍ତର୍ଗତ ଶିବାନଗର-ଚ୍ୟାପୁରବା ଗାଁ ମଧ୍ୟରେ ଘଟିଛି। ତରବଗଞ୍ଜ ବାସିନ୍ଦା କୃଷ୍ଣା କୁମାର ସିଂହ ନିଜର ସ୍ତ୍ରୀ, ପିଲା ଏବଂ ଭାଇଙ୍କ ସହ ଶୁକ୍ରବାର ସକାଳେ ତୁଳସୀପୁରରେ ଥିବା ଦେବୀପାଟନ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ।

ସ୍ବିଫ୍ଟ  ଡିଜାଏର କାରକୁ ତାଙ୍କ ବଡ଼ ଭାଇ ଶତ୍ରୁହନ ସିହ୍ନା ଚଳାଉଥିଲେ। କାରର ବେଗ ଖୁବ ଅଧିକ ଥିବା କୁହାଯାଉଛି। ଅନ୍ୟପଟୁ ବାଇକ୍‌ ଆରୋହୀ ଲାଲେ ନାମକ ଯୁବକ ବାଇକ୍‌ରେ  ବଳରାମପୁର ଆଡ଼କୁ ଯାଉଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଶତ୍ରୁହନ କାରଟିକୁ ଡାହାଣକୁ ମୋଡିଦେଇଥିଲେ। ବାଇକ୍‌ଟି କାରରେ ପିଟି ହୋଇଥିଲା ଏବଂ ଲାଲେ ତଳେ ପଡ଼ିଯାଇଥିଲେ। ସେପଟେ କାରଟି ନିୟନ୍ତ୍ରଣ ହରାଇ ପାଖରେ ଥିବା ନାଳ ଭିତରକୁ ଖସିଯାଇଥିଲା।

୪ ଚକ ପାଣିରେ ବୁଡ଼ିଯିବା ସହ ସମ୍ପୂର୍ଣ୍ଣ ଗାଡ଼ି ମଧ୍ୟ ବୁଡ଼ିଯାଇଥିଲା ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ କାରର କାଚ ଭାଙ୍ଗି ସେଥିରେ ଥିବା ୬ ଜଣଙ୍କୁ ବାହାରକୁ ଆଣିଥିଲେ। କିନ୍ତୁ କାରରେ ଥିବା କୃଷ୍ଣା କୁମାର, ତାଙ୍କ ସ୍ତ୍ରୀ ସ୍ନେହଲତା, ଝିଅ ତନୁ, ମିଲି, ପୁଅ ଉତ୍କର୍ଷ ଏବଂ ବଡ଼ ଭାଇ ଶତ୍ରୁହନ ସିହ୍ନାଙ୍କ  ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।   

   Related Posts