Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଟ୍ରକ୍ ସହ ଧକ୍କା ହୋଇ କାରରେ ଲାଗିଗଲା ନିଆଁ, ଜଳିଗଲେ ୫ ଯାତ୍ରୀ, ସେଣ୍ଟ୍ରାଲ୍ ଲକ୍ ହେଲା କାଳ

17/11/2020 at 9:46 AM

ଚଣ୍ଡିଗଡ,୧୭|୧୧:  ପଞ୍ଜାବର ସଙ୍ଗରୁରରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସଙ୍ଗରୁରର ସୁନାମ ରୋଡରେ ଏକ ଟ୍ରକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ନିଆଁ ଲାଗି ଯାଇଥିଲା । ଏଥିରେ ୫ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । କୁହାଯାଉଛି ଯେ, ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲୋକଙ୍କୁ ଉଦ୍ଧାର କରାଯାଇ ପାରିନଥିଲା । ଗାଡି ସେଣ୍ଟ୍ରାଲ ଲକରେ ଥିଲା । ତେଣୁ କାହାକୁ ଗାଡ଼ିରୁ ବାହାର କରାଯାଇ ପାରିନଥିଲା । କାରଟି ଟ୍ରକର ଡିଜେଲ୍ ଟ୍ୟାଙ୍କ ସହ ଧକ୍କା ହୋଇଥିଲା । ତେଣୁ ନିଆଁ ଲାଗିଥିଲା ।

ସମସ୍ତ ମୃତକ ଏକ ବିବାହ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ । ମୃତକମାନେ ମୋଗା ଜିଲ୍ଲାର ବୋଲି ଜଣାପଡିଛି । ପୋଲିସର କହିବାନୁସାରେ, କାର୍ ଯାତ୍ରୀମାନେ ଟ୍ରକକୁ ଓଭରଟେକ୍ କରିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଏହାପରେ କାରରେ ନିଆଁ ଲାଗିଯାଇଥିଲା । ସେଣ୍ଟ୍ରାଲ୍ ଲକ୍ ଥିବାରୁ କାହାକୁ ଉଦ୍ଧାର କରାଯାଇ ପାରିନଥିଲା ।

କାର୍‌ଟି ଧକ୍କା ହେବା ପରେ ଜଳିଯାଇଥିଲା । କାରରେ ଥିବା ୫ଜଣ ଜୀବନ୍ତ ପୋଡି ଯାଇଥିଲେ । ଲୋକଙ୍କ ଆଖି ଆଗରେ ସେମାନେ ଜୀବନ ହାରିଥିଲେ ।

   Related Posts