ଘାଟି ତଳକୁ ଖସିଲା କାର, ଗୋଟିଏ ପରିବାରର ୪ ମୃତ

Published By : Prameya-News7 Bureau | November 15, 2020 IST

ମଥୁରା, ୨୫|୧୧: ଉତ୍ତର ପ୍ରଦେଶର ମଥୁରାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଶେରଗଡ ଅଞ୍ଚଳର ପୁଲିଆରେ ଏକ କାର୍ ଘାଟି ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ୪ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

କୁହାଯାଉଛି ଯେ, କାର୍‌ରେ ୮ଜଣ ଥିଲେ । ପୋଲିସ ମୃତଦେହକୁ ପୋଷ୍ଟ ମଟର୍ମ ପାଇଁ ପଠାଇଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଲହରୀ ଖେଳିଯାଇଛି ।

 ଶେରଗଡ ଥାନା ଅଧିକାରୀ ଅନୁଜ ମଲ୍ଲିକଙ୍କ କହିବାନୁସାରେ, ପୋଲିସ ଦୁର୍ଘଟଣାର ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା । ଏହାପରେ ଗୁରୁତରଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା । ମୃତଦେହକୁ ଶବଗୃହରେ ରଖାଯାଇଛି । ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.