ସମ୍ବଲପୁର ବରେଇପାଲିଠାରେ କାର ଧକ୍କାରେ ଜଣେ ମୃତ ଜଣେ ଗୁରୁତର-ଦୁର୍ଘଟଣା ଘଟାଇଥିବା କାରକୁ ଜାଳିଦେଲେ ଉତ୍ୟକ୍ତ ଲୋକ

Published By : Prameya-News7 Bureau | September 11, 2019 IST

ସମ୍ବଲପୁର - ସମ୍ବଲପୁର-ବରଗଡ ଜାତୀୟ ରାଜପଥର ବରେଇପାଲି ନିକଟସ୍ଥ ପାଞ୍ଚ ଗୋଛିଆ ନିକଟରେ ଏକ କାର ଓ ମଟରସାଇକେଲ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ମଟର ସାଇକେଲ୍‌କୁ ଏକ କାର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି ।

ଅନ୍ୟଜଣେ ମହିଳା ଗୁରୁତର ହୋଇଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତଲୋକେ କାରଟିରୁ ଜାଳି ଦେଇଥିଲେ ।
ଘଟଣାସ୍ଥଳରେ ଅଇଁଠାପାଲ୍ଲୀ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇଛି । ମୃତକଙ୍କ ନାଁ ପ୍ରଭାତ ସାହୁ ଓ ତାଙ୍କ ଘର ଠେମରା ଗାଁରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.