Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

କ୍ୟାପଟେନ୍‌ଙ୍କ ପାକିସ୍ତାନୀ ବାନ୍ଧବୀ ଅରୁସା ଆଲାମଙ୍କ ISI ଲିଙ୍କ ? ସୋନିଆଙ୍କ ସହ ଫଟୋ ସେୟାର କଲେ ଅମରିନ୍ଦର

23/10/2021 at 8:50 PM

ଚଣ୍ଡିଗଡ଼ ୨୩/୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ନିଜର ପାକିସ୍ତାନୀ ବାନ୍ଧବୀ ଅରୁସା ଆଲାମଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅରୁସାଙ୍କ ସହ ଆଇଏସଆଇ ଲିଙ୍କକୁ ନେଇ ପଞ୍ଜାବ ସରକାର ତଦନ୍ତ କରିବେ ବୋଲି କହିବା ପରେ କ୍ୟାପଟେନ ଏହି ଫଟୋ ସେୟାର କରିଛନ୍ତି। ଏହା ଦ୍ବାରା ସେ ଅରୁସାଙ୍କ ସହ ଭାରତରେ ଅନେକ ବଡ଼ ବଡ଼ ଲୋକଙ୍କ ସମ୍ପର୍କ ଥିବା କହିବାକୁ ଚାହିଁଛନ୍ତି । ସେମାନଙ୍କ ମଧ୍ୟରେ ସୋନିଆ ଗାନ୍ଧୀ ଏବଂ ପଞ୍ଜାବର ପୂର୍ବତନ ଡିଜିପି ମହମ୍ମଦ ମୁସ୍ତଫା ମଧ୍ୟ ଅଛନ୍ତି।

ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧଓ୍ବା ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏବଂ ପାକିସ୍ତାନୀ ସାମ୍ବାଦିକା ମଧ୍ୟରେ ସମ୍ପର୍କକୁ ଏବଂ ଆଇଏସବଇ ଲିଙ୍କକୁ ନେଇ ତଦନ୍ତ କରିବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରେ ପଞ୍ଜାବରେ ରାଜନୀତି ତୀବ୍ର ହୋଇଛି। ରାନ୍ଧଓ୍ବାଙ୍କ କହିବା ଅନୁସାରେ , କ୍ୟାପଟେନ୍‌ଙ୍କ କହିବା ଯୋଗୁ କେନ୍ଦ୍ର ସରକାର ପଞ୍ଜାବରେ ବିଏସଏଫର ଅଧୀକାର କ୍ଷେତ୍ର ବୃଦ୍ଧି କରିଛନ୍ତି।

କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ପକ୍ଷରୁ ତାଙ୍କ ମିଡିଆ ପରାମର୍ଶଦାତା ରବୀନ ଠୁକରାଲ୍‌ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ପଞ୍ଜାବର ପୂର୍ବତନ ଡିଜିପିଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ମହମ୍ମଦ ମୁସ୍ତାଫା ଜୀ ଆପଣ ଏବେ ଏହାକୁ କେମିତି ବୁଝାଇବେ। ଏହି ଫଟୋରେ ଆପଣଙ୍କ ପତ୍ନୀ ଏବଂ ଝିଅଙ୍କ ସହ ସେହି ମହିଳା ଅଛନ୍ତି। ଅରୁସା ଆଲାମଙ୍କ ସହ ଆପଣଙ୍କ ପରିବାର ସହ କିଛି ମିଠା ସ୍ମୃତି।’

ଗତକାଲି ସୁଖଜିନ୍ଦର ରାନ୍ଧଓ୍ବା କ୍ୟାପଟେନ ଏବଂ ଅରୁସାଙ୍କ ସମ୍ପର୍କକୁ ଆଇଏସଆଇ ଲିଙ୍କ ପର୍ଯ୍ୟନ୍ତ ତୁଳନା କରିଥିଲେ। ସେ କହିଥିଲେ, କ୍ୟାପଟେନ୍‌ ମୁଖ୍ୟମନ୍ତ୍ରୀ ଥିବା ବେଳେ ପଞ୍ଜାବ ପ୍ରତି କୌଣସି ବିପଦ ନଥିଲା କିନ୍ତୁ ଏବେ ତାଙ୍କୁ ଏମିତି କାହିଁକି ଲାଗୁଛି ? ଏହା ପଛରେ ତାଙ୍କ ବାନ୍ଧବୀ ଅରୁସା ଆଲାମ ନାହାଁନ୍ତି ତ ?

   Related Posts