Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଛତିଶଗଡ ପହଞ୍ଚିବ ପଞ୍ଜାବ ତାତି ! କ୍ୟାପଟେନ୍‌ଙ୍କ ବିଦାୟ ବଘେଲଙ୍କ ବଢାଇପାରେ ଟେନସନ୍

18/09/2021 at 5:26 PM

ରାୟପୁର ୧୮।୦୯: ପଞ୍ଜାବ ରାଜନୀତିରେ ଆଜି ବଡ ଧରଣର ଓଲଟ ପାଲଟ ଦେଖିବାକୁ ମିଳିଛି।  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ। ମାସ ମାସ ଧରି କ୍ୟାପଟେନ୍ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଆସିଥିବା ମତଭେଦ ଓ ବିବାଦର ପରିଣାମ ସ୍ଵରୂପ ଶେଷରେ ଆଜି କ୍ୟାପଟେନଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିଛି। ପଞ୍ଜାବରେ ନେତୃତ୍ଵ ପରିବର୍ତ୍ତନ ଏବଂ ଦଳୀୟ କନ୍ଦଳର ତାତି ଛତିଶଗଡ ରାଜନୀତିରେ ଅନୁଭୂତ ହେଲାଣି। ସେଠାରେ ରାଜନୀତି ହଲଚଲ୍ ଦେଖିବାକୁ ମିଳିଲାଣି। ସେଠାରେ ମଧ୍ୟ କଂଗ୍ରେସ ଦୁଇର ଦୁଇଟି ଗୋଷ୍ଠୀ ରହିଛି, ଗୋଟିଏ ବଘେଲ ଏବଂ ଅନ୍ୟ ଗୋଷ୍ଠୀ ହେଉଛି ସିଂହଦେବଙ୍କ ଗୋଷ୍ଠୀ।

ସିଂହଦେବ ଯେଉଁ ଅଢେଇ ବର୍ଷର ଫର୍ମୁଲା ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଉପରେ ଦାବି କରୁଛନ୍ତି, ତାହା ରାହୁଲଙ୍କ ଉପସ୍ଥିତିରେ ଅନ୍ତିମ ରୂପ ଦିଆଯାଇଥିଲା। ହେଲେ ଅଢେଇ ବର୍ଷ ପରେ ବି ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ବଘେଲଙ୍କ ଏହି ଆଭିମୁଖ୍ୟରେ ପାର୍ଟି ହାଇକମାଣ୍ଡ ଖୁସି ନଥିବା କୁହାଯାଉଛି। କଂଗ୍ରେସର ଶୀର୍ଷ ନେତୃତ୍ଵ ଏଥିପାଇଁ କଡା ନିଷ୍ପତ୍ତି ନେଇ ପାରୁ ନାହାନ୍ତି କାରଣ ବଘେଲଙ୍କ ପକ୍ଷରେ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ପଞ୍ଜାବରେ ଦଳ କ୍ୟାପଟେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଏଥିପାଇଁ ବାଧ୍ୟ କରି ପାରିଲା କାରଣ ନବଜୋତ ସିଂହ ସିଦ୍ଧୁଙ୍କ ପକ୍ଷରେ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। କିନ୍ତୁ ଛତିଶଗଡ ରାଜନୀତିରେ ଚିତ୍ର ଓଲଟା ରହିଛି।

ପଞ୍ଜାବରେ କ୍ୟାପଟେନ୍‌ଙ୍କ ଇସ୍ତଫା ପରେ ଛତିଶଗଡରେ ମଧ୍ୟ ସିଂହଦେବ ଓ ତାଙ୍କ ସମର୍ଥକ ପୁଣି ଥରେ ପୁରୁଣା ଦାବି ଦୋହରାଇ ପାରନ୍ତି। ଯଦି ଏମିତି ହୁଏ ତେବେ ବଘେଲଙ୍କ ପାଇଁ ମୁସ୍କିଲ ବଢିପାରେ। ସୂଚନାଯୋଗ୍ୟ, ୨୦୧୮  ବିଧାନସଭା ନିର୍ବାଚନରେ କଂଗ୍ରେସ ଦୀର୍ଘ ୧୫ ବର୍ଷ ଧରି କ୍ଷମତାସୀନ ବିଜେପିକୁ ହଟାଇ ସରକାର ଗଢିବାରେ ସମର୍ଥ ହୋଇଥିଲା। ହେଲେ ଦଳୀୟ କନ୍ଦଳ ପାର୍ଟି ପାଇଁ ବଡ ସମସ୍ୟା ପାଲଟିଛି।

   Related Posts