ଇତିହାସ ସୃଷ୍ଟି କରିବାକୁ ଆଉ ମାତ୍ର ଦୁଇ ପାହୁଣ୍ଡ ବାକି, ଧୋନୀଙ୍କୁ ମଧ୍ୟ ପଛରେ ପକାଇବେ କୋହଲି

Published By : Prameya-News7 Bureau | July 31, 2019 IST

ନୂଆଦିଲ୍ଲୀ ୩୧|୭: ଭାରତ-ଓ୍ବେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ଓ୍ବେଷ୍ଟଇଣ୍ଡିଜ୍ ରେ ପହଞ୍ଚିସାରିଛି । ଏହି ଗସ୍ତ ସମୟରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ଟି-୨୦, ୩ଟି ଏକଦିବସୀୟ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ଆସନ୍ତା ୩ ଓ ୪ତାରିଖରେ ଫ୍ଲୋରିଡାଠାରେ ଖେଲାଯିବ । ଭାରତର ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ । କାରଣ କୋହଲି ଟେଷ୍ଟ ମ୍ୟାଚ୍ କ୍ଷେତ୍ରରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ।

{"id":139256}

କ୍ୟାପଟେନ୍ ହିସାବରେ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାକୁଥିବା ଦୁଇଟିଯାକ ଟେଷ୍ଟ ଯଦି ଜିତିଯାଆନ୍ତି ତାହାଲେ କୋହଲି ଏକ ବିରଳ ରେକର୍ଡ ସ୍ଥାପନ କରିବେ । ୨-୦ରେ ଯଦି ଓ୍ବେଷ୍ଟଇଣ୍ଡିଜ୍ କୁ ଭାରତ ପରାସ୍ତ କରେ ତାହାଲେ ସବୁଠୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଥିବା ଭାରତୀୟ କ୍ୟାପଟେନଙ୍କ ତାଲିକାରେ କୋହଲି ଶୀର୍ଷ ସ୍ଥାନକୁ ଯିବେ । ବର୍ତ୍ତମାନ ସୁଦ୍ଧା କୋହଲିଙ୍କ ନେତୃତ୍ବରେ ଭାରତ ୪୬ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୨୬ଟିରେ ବିଜୟ ମିଳିଛି । ଆଉ ଦୁଇଟି ମ୍ୟାଚ୍ ଜିତିଲେ ତାଙ୍କ ନେତୃତ୍ବରେ ୨୮ଟି ଟେଷ୍ଟରେ ବିଜୟ ହେବ ।

{"id":139255}

ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଏବେ ଭାରତ ସର୍ବାଧିକ ୨୭ଟି ଟେଷ୍ଟ ମ୍ୟାଚ୍ ବିଜୟୀ ହୋଇଛି । ଧୋନୀଙ୍କ ନେତୃତ୍ବରେ ୬୦ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି । ସେଥିରୁ ୨୭ଟିରେ ବିଜୟ ଲାଭ ହୋଇଛି । ଏହି ସଂଖ୍ୟାକୁ ଅତିକ୍ରମ କରିବା ପାଇଁ କୋହଲି ଆଉ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତିବାର ଆବଶ୍ୟକତା ରହିଛି । ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ତାଙ୍କ ପାଇଁ ଏହି ସୁଯୋଗ ମଧ୍ୟ ସୃଷ୍ଟି କରିଛି । ଓ୍ବେଷ୍ଟଇଣ୍ଡିଜ୍ ଗସ୍ତର ଦୁଇଟି ଟେଷ୍ଟ ମ୍ୟାଚରେ ବିଜୟୀ ହେବା ପରେ କୋହଲି ଧୋନୀଙ୍କୁ ମଧ୍ୟ ପଛରେ ପକାଇଦେବେ ।

{"id":139257}

ଟେଷ୍ଟ କ୍ରିକେଟ୍ ରେ ଭାରତର ସଫଳ ଅଧିନାୟକ :

୧. ମହେନ୍ଦ୍ର ସିଂ ଧୋନୀ- ୬୦ଟି ମ୍ୟାଚ୍ ରୁ ୨୭ଟିରେ ବିଜୟ

୨. ବିରାଟ କୋହଲି- ୪୬ଟି ମ୍ୟାଚ୍ ରୁ ୨୬

୩. ସୌରଭ ଗାଙ୍ଗୁଲି- ୪୯ଟି ମ୍ୟାଚ୍ ରୁ ୨୧ଟିରେ ବିଜୟୀ

{"id":139258}

ଏହା ବ୍ୟତୀତ ଏହି ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ କାଳରେ ବିରାଟ କୋହଲି ବ୍ୟାଟ୍ସମ୍ୟାନ୍ ହିସାବରେ ଅନେକ ରେକର୍ଡ କରିବାର ସୁଯୋଗ ରହିଛି । ଟେଷ୍ଟ ଓ ଏକଦିବସୀୟ ର୍ୟାଙ୍କିଂରେ ବିଶ୍ବର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ୍ ବିରୋଧରେ ଆଉ ମାତ୍ର ୮୮ ରନ୍ କରିବା ପରେ ଓ୍ବେଷ୍ଟଇଣ୍ଡିଜ୍ ବିରୋଧରେ ସବୁଠୁ ଅଧିକ ରନ୍ ଅର୍ଥାତ୍ ୨୦୦୦ ରନ୍ କରିଥିବା ପ୍ରଥମ ଖେଳାଳି ହୋଇଯିବେ । ଆଜି ପର୍ଯ୍ୟନ୍ତ ଓ୍ବେଷ୍ଟଇଣ୍ଡିଜ୍ ବିରୋଧରେ କୌଣସି ଖେଳାଳି ୨୦୦୦ ରନ୍ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.