ଏକଦିବସୀୟ କ୍ୟାରିୟରର ୪୨ତମ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ମିଆଁଦାଦ ଓ ଗାଙ୍ଗୁଲିଙ୍କ ରେକର୍ଡ

Published By : Prameya-News7 Bureau | August 11, 2019 IST

ପୋର୍ଟ ଅଫ ସ୍ପେନ୍ : ୱେଷ୍ଟିଇଣ୍ଡିଜ ଟୁରରେ ଟିମ୍ ଇଣ୍ଡିଆ ପୋର୍ଟ ଅଫ ସ୍ପେନରେ ରବିବାର ସିରିଜର ଦ୍ୱିତୀୟ ୱାନଡେ ଖେଳିଛି। ଏଥିରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ ୱାନଡେ କ୍ୟାରିୟରର ୪୨ତମ ଶତକ ହାସଲ କରିଥିବା ବେଳେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସବୁଠାରୁ ଅଧିକ ରନ ସଂଗ୍ରହକାରୀ ବ୍ୟାଟସମ୍ୟାନ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ପାକ୍ କ୍ରିକେଟର ଜାଭେଦ ମିଆଁଦାଦଙ୍କ ନାମରେ ଥିଲା।

{"id":143438}

ମିଆଁଦାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୪ଟି ମ୍ୟାଚ୍ ଖେଳି ୬୪ଟି ଇନିଂସରେ୩୩.୮୫ ରନ ହାରରେ ୧୯୩୦ ରନ କରିଥିଲେ। ଯେଉଁଥିରେ ତାଙ୍କର ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସାମିଲ ଥିଲା। ୧୯୯୩ ମସିହାରେ ମିଆଁଦାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଶେଷ ଇନିଂସ ଖେଳିଥିଲେ। ତେବେ ଭାରତୀୟ କ୍ୟାପ୍ଟେନ ୩୩ଟି ଇନିଂସରୁ ତାଙ୍କର ନିର୍ଦ୍ଧାରିତ ଲକ୍ଷ ହାସଲ କରିନେଇଛନ୍ତି।

{"id":143439}

ସେହିପରି ବିରାଟ ସବୁଠୁ ଅଧିକ ରନ ସଂଗ୍ରହ କରିବାରେ ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲୀଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ଗାଙ୍ଗୁଲୀ ୩୧୧ଟି ଏକଦିବସୀୟ ମ୍ୟାଚ୍ ରେ ୩୦୦ ଇନିଂସ ଖେଳି ୧୧ ହଜାର ୩୬୩ ରନ କରିଥିଲେ। ତେବେ ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିରାଟ ତାଙ୍କ ୱାନଡେ କ୍ୟାରିୟରର ୨୩୮ଟି ମ୍ୟାଚ ଖେଳିଥିବା ବେଳେ ଗାଙ୍ଗୁଲୀଙ୍କ ରନକୁ କାଟି ଦେଇଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ବିରାଟଙ୍କୁ ଗାଙ୍ଗୁଲିଙ୍କ ରନକୁ ଅତିକ୍ରମ କରିବା ଲାଗି ଆଉ ମାତ୍ର ୭୦ ରନର ଆବଶ୍ୟକତା ଥିଲା। ତେବେ ବିରାଟ ତାଙ୍କ ଅନ୍ତର୍ଜାତୀୟ ଏକଦିବସୀୟର ୫୫ତମ ଅର୍ଦ୍ଧ ଶତକ ସହ ଗାଙ୍ଗୁଲୀଙ୍କୁ ପଛରେ ପକାଇ ଦେଇଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.