Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସିଦ୍ଧୁଙ୍କ ପାକିସ୍ତାନ ସହ ସୁସଂପର୍କ ଅଛି, ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବିନି: କ୍ୟାପଟେନ୍ ଅମରିନ୍ଦର

18/09/2021 at 7:37 PM

ଚଣ୍ଡିଗଡ ୧୮।୦୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ୍ ଅମରିନ୍ଦର ସିଂହ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ସେ କହିଛନ୍ତି ସିଦ୍ଧୁ କଂଗ୍ରେସ ପାଇଁ ବିପର୍ଯ୍ୟୟ ସାବ୍ୟସ୍ତ ହେବେ। ସେ ପାକିସ୍ତାନ ସହ ଅଛନ୍ତି। ଇମ୍ରାନ ଖାନ ଓ ବାଜଓ୍ଵାଙ୍କ ସହ ତାଙ୍କର ଉତ୍ତମ ବନ୍ଧୁତା ରହିଛି। ଯଦି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପଦର ପ୍ରାର୍ଥୀ କରାଯାଏ ତେବେ ଏହାକୁ ମୁଁ ତୀବ୍ର ବିରୋଧ କରିବି ବୋଲି କହିଛନ୍ତି ଅମରିନ୍ଦର ସିଂହ।

କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି, ସିଦ୍ଧୁଙ୍କୁ ମୁଁ ବେଶ୍ ଭଲ ଭାବେ ଜାଣିଛି। ସିଦ୍ଧୁ ପଞ୍ଜାବରେ କୌଣସି ମ୍ୟାଜିକ୍ କରି ପାରିବେ ନାହିଁ। ସେ କେବଳ ରାଜ୍ୟରେ ବିପର୍ଯ୍ୟୟ ସାବ୍ୟସ୍ତ ହେବେ। କିନ୍ତୁ ଏହା କଂଗ୍ରେସର ନିଷ୍ପତ୍ତି। ସେମାନେ ଯାହାକୁ ଚାହିଁବେ ମୁଖ୍ୟମନ୍ତ୍ରୀ କରି ପାରିବେ। କିନ୍ତୁ ସିଦ୍ଧୁଙ୍କୁ ଯଦି ମୁଖ୍ୟମନ୍ତ୍ରୀ ଚେହେରା କରାଯାଏ ତେବେ ସେ ଏହାର ତୀବ୍ର ବିରୋଧ କରିବେ ବୋଲି ଅମରିନ୍ଦର କହିଛନ୍ତି।

ଦେଶର ସୁରକ୍ଷା ପାଇଁ ବିପଦ

ଅମରିନ୍ଦର ସିଂହ କେବଳ ଏତିକିରେ  ଅଟକି  ନାହାନ୍ତି। ସେ ସିଦ୍ଧୁଙ୍କୁ ରାଷ୍ଟ୍ରୀୟ  ବିପଦ ଦର୍ଶାଇଛନ୍ତି। ଏହା ଜାତୀୟ ସୁରକ୍ଷାର ବିଷୟ। କାରଣ ସିଦ୍ଧୁଙ୍କ ପାକିସ୍ତାନ ସହ ଭଲ ସଂପର୍କ ରହିଛି। ସେଠାକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତାଙ୍କର ମଧୁର ସଂପର୍କ ରହିଛି। ଏହି ବିଷୟରେ ମୁଁ ବେଶ୍ ଭଲ ଭାବେ ଜାଣିଥିବା ଅମରିନ୍ଦର ସିଂହ କହିଛନ୍ତି।

   Related Posts