ଫୋବର୍ସ ଧନୀ ଖେଳାଳୀ ତାଲିକାରେ ଏକମାତ୍ର କ୍ରିକେଟର : ୨୨୯ କୋଟି ସହ ୫୯ ସ୍ଥାନରେ ବିରାଟ କୋହଲି

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୦୪/୬ : କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ କୋହଲି ଏକମାତ୍ର କ୍ରିକେଟର ଅଟନ୍ତି । ଗତବର୍ଷ ପ୍ରାୟ ୧୯୭ କୋଟି (୨୬ ମିଲିୟନ ଡ଼ଲାର) ସହ ୬୬ ତମ ସ୍ଥାନରେ ଥିବା କୋହଲି ଏବର୍ଷ ୫୯ ନମ୍ବର ତାଲିକାରେ ରହିଛନ୍ତି । ତାଙ୍କର ରୋଜଗାର ପ୍ରାୟ ୩୨ କୋଟି ଟଙ୍କା ବୃଦ୍ଧି ପାଇଛି ।

ରୟାଲ ଚ୍ୟାଲେଞ୍ଜର୍ସର ବାଙ୍ଗାଲୋରର ଅଧିନାୟକ କୋହଲି ବର୍ଷକ ମଧ୍ୟରେ ପ୍ରାୟ ୨୨୯ କୋଟି ଟଙ୍କା (୩୧.୫ମିଲିୟନ ଡ଼ଲାର) ରୋଜଗାର କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୫ କୋଟି (୩.୫ମିଲିୟନ୍ ଡଲାର୍) ଦରମା ଏବଂ ପ୍ରାୟ ୨୦୪ କୋଟି (୨୮ମିଲିୟନ୍ ଡଲାର୍) ବିଜ୍ଞାପନରୁ ଇନକମ୍ କରିଛନ୍ତି । କୋହଲି ୧୮୯ କୋଟି ରୋଜଗାର ସହ ୨୦୧୯ରେ ୧୦୦ତମ ସ୍ଥାନରେ ରହିଥିଲେ ।

ମିକ୍ସଡ ମାର୍ଶଲ ଆର୍ଟ (MMA) କିମ୍ବଦନ୍ତୀ କନୋର ମ୍ୟାକଗ୍ରେଗୋର ହେଉଛି ବିଶ୍ ୧୫ତମ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ଯିଏକି ପ୍ରାୟ ୧୫୧୭କୋଟି (୨୦୮ନିୟୁତ) ରୋଜଗାର କରିଛନ୍ତି । କିମ୍ବଦନ୍ତୀ ଫୁଟବଲର୍ ଲିଓନେଲ ମେସି ୯୧୯ କୋଟି (୧୨୬ ମିଲିୟନ୍) ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ ।

ତାଙ୍କର ଆୟ ୮୭୫ କୋଟି (୧୨୦ ମିଲିୟନ୍) ଡଲାର ଅଟେ । ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟରେ ନାଓମି ଓସାକା ଏବଂ ସେରେନା ୱିଲିୟମ୍ସ କେବଳ ଦୁଇଜଣ ମହିଳା ଖେଳାଳି ଅଟନ୍ତି । ଦୁହେଁ ଟେନିସର । ଓସାକା ୪୦୨ କୋଟି ଟଙ୍କା (୫୫.୨ ନିୟୁତ) ସହିତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଖେଳାଳି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.