ଛତିଶଗଡର କ୍ରିକେଟ୍ ଖେଳ ବଢାଇଛି ସଂକ୍ରମଣ, ନୂଆପଡା ଓ କଳାହାଣ୍ଡି ଜିଲ୍ଲା ଉପରେ ରହିଛି ତୀକ୍ଷ୍ନ ନଜର
2/04/2021 at 3:07 PM

ଭୁବନେଶ୍ବର ୨।୪: ପଶ୍ଚମ ଓଡିଶାରେ ବଢ଼ୁଥିବା କୋଭିଡ୍ ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ କହିଛନ୍ତି ଛତିଶଗଡ ସୀମାନ୍ତ ଜିଲ୍ଲାରେ କୋଭିଡ୍ ସଂଖ୍ୟା ବୃଦ୍ଧି ପାଉଛି । ଏ ନେଇ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁଠାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠାରେ କଣ୍ଟନମେଣ୍ଟ କରାଯାଉଛି । ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଛି ।
ଛତିଶଗଡରେ ହୋଇଥିବା କ୍ରିକେଟ୍ ଖେଳ ସଂକ୍ରମଣକୁ ଅଧିକ ବଢାଇଛି । ଉଭୟ କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ଛତିଶଗଡରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ଆଣ୍ଟିଜେନ ଟେଷ୍ଟିଂ କରିବାକୁ କୁହାଯାଇଛି । ସୀମା ସିଲ୍ କରିବା ସମସ୍ୟାର ସମାଧାନ ନୁହେଁ । ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଆମର ପ୍ରାଥମିକତା ହେବା ଦରକାର ବୋଲି ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।