Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଦେଶ ସୁରକ୍ଷା ପାଇଁ ଜୀବନ ହାରିଲେ କ୍ୟାପଟେନ୍: ୨ ଆତଙ୍କବାଦୀଙ୍କୁ ମାରି ଶହୀଦ ହୋଇଗଲେ ବାପା-ମା’ଙ୍କ ଏକମାତ୍ର ପୁଅ ଆଶୁତୋଷ

9/11/2020 at 11:36 AM

ମାଧେପୁରା ୦୯/୧୧ : ଜାମ୍ମୁ କାଶ୍ମୀରରେ ଦେଶର ସୀମା ରକ୍ଷା କରି ବିହାରର ଜଣେ ଯବାନ ଶହୀଦ ହୋଇଛନ୍ତି। କୁପୱାଡା ସେକ୍ଟର ମାଛିଲ ଅଞ୍ଚଳରେ ଆତଙ୍କବାଦୀ ଅନୁପ୍ରବେଶକୁ ଅସଫଳ କରିବା ସମୟରେ ବିଏସଏଫ କ୍ୟାପଟେନ୍ ଆଶୁତୋଷଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି। ଭାରତୀୟ ସେନା ଗୁଳିରେ ୩ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ମୃତକ କ୍ୟାପଟେନ ଆଶୁତୋଷ କୁମାରଙ୍କ ଘର ବିହାର ମାଧେପୁରା ଜିଲ୍ଲା ଘୈଲାଢର ପରମାନନ୍ଦପୁର ପଞ୍ଚାୟତର ଜାଗୀର ଟୋଲା ୱାର୍ଡ-୧୭ ରେ। ତାଙ୍କ ପିତା ରବୀନ୍ଦ୍ର ଭାରତୀ ଘୈଲାଢ ପଶୁ ଚିକିତ୍ସାଳୟରେ ଅନୁସେବକ ଅଛନ୍ତି।

୨ ବର୍ଷ ପୂର୍ବରୁ ଭାରତୀୟ ସେନାରେ ଆଶୁତୋଷଙ୍କ ଚାକିରୀ ହୋଇଥିଲା। ଗତ ୯ ମାସ ହେଲା ସେ ସୀମାରେ ନିୟୋଜିତ ଥିଲେ। ଆଶୁତୋଷଙ୍କ ଶହୀଦ ହେବା ସମ୍ପର୍କରେ ସୂଚନା ପାଇବା ପରେ କ୍ୟାପଟେନ ଆଶୁତୋଷଙ୍କ ଘର ସମେତ ପୁରା ଗାଁରେ ଶୋକାକୁଳ ପରିବେଶ ରହିଛି। ଆଶୁତୋଷଙ୍କ ଦୁଇ ଭଉଣୀ। ପିତା ମାତାଙ୍କ ସେ ଗୋଟିଏ ପୁତ୍ର। ତାଙ୍କ ପିତାଙ୍କୁ ରବିବାର ସନ୍ଧ୍ୟା ୫ଟା ସମୟରେ ପୁଅର ଶହୀଦ ହେବା ଖବର ଆସିଥିଲା। ରବିବାର ଦିନ ସକାଳେ ବିଏସଏଫର ୧୨ ଯବାନଙ୍କ ଟିମ ପାକିସ୍ତାନ ସୀମା ନିକଟସ୍ଥ ମାଛିଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ସେତେବେଳେ ୫ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ କ୍ୟାପଟେନ ଆଶୁତୋଷ ଦୁଇ ଆତଙ୍କବାଦୀଙ୍କୁ ମାରିଥିଲେ। କିନ୍ତୁ ପରେ ଆତଙ୍କବାଦୀଙ୍କ ଗୁଳିରେ ଆଶୁତୋଷ ସମେତ ୪ ଯବାନ ଶହୀଦ ହୋଇଥିଲେ। ଆଉ କିଛି ଯବାନ ଆହତ ମଧ୍ୟ ହୋଇଥିଲେ। ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ଯବାନ ଆତଙ୍କବାଦୀଙ୍କ ଠାରୁ ଏକେ-୪୭ ଜବତ କରିଛନ୍ତି।

   Related Posts